ବିଜେପି ଜନଜାତିମର୍ଚ୍ଚାର ଦକ୍ଷତା ବୃଦ୍ଧି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): କୋରାପୁଟ ଜିଲ୍ଲାର ଦକ୍ଷତା ବୃଦ୍ଧି କେନ୍ଦ୍ରରେ ଆଜି ବିଜେପି ରାଜ୍ୟ ଆଦିବାସୀ ଜନଜାତିମର୍ଚା ବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ବିସେଶ୍ବର ଟୁଡୁ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଅତିଥି ଭାବେ ଉପସ୍ଥିତ ଥିଲେ ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି , ଯେ କେନ୍ଦ୍ରସରାର ଜନଜାତିମାନଙ୍କ ଉନ୍ନତି ନିମନ୍ତେ ଅନେକ ଯୋଜନା କଲେ ରାଜ୍ୟ ସରକାର ତାକୁ ନାମ ବଦଳାଇ ହିନ ରାଜନୀତି କରୁଛି ବଳି ପ୍ରତିକ୍ରୀୟାରେ କହିଛନ୍ତି । ଏହି କାର୍ଯ୍ୟକ୍ରମ ସହ ବିଜେପି କର୍ମୀମାନଙ୍କର ତାଲିମ୍ ୩ ଦିନ ଧରି ଚାଲିବ ବୋଲି ଜଣା ପଡିଛି ।