ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟ ସରକାର ଚୁକ୍ତିଭିତ୍ତିକ ପ୍ରଥା ଉଛେଦ ନେଇ ଯେଉଁ ଐତିହାସିକ ଘୋଷଣା କରିଛନ୍ତି ସାରା ରାଜ୍ୟରୁ ପ୍ରଶଂସାର ସୁଅ ଛୁଟିଛି । ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । ଏହି କ୍ରମରେ ରାୟଗଡ଼ ଜିଲ୍ଲା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଙ୍ଘ ଓ ସମସ୍ତ କର୍ମଚାରୀ ଏହି ନିଷ୍ପତିକୁ ସ୍ୱାଗତ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଭେଟିରେ ସାରା ଓଡିଶାର ୫୭ ହଜାର କର୍ମଚାରୀ ଏଥିରେ ଉପକୃତ ହେବେ ବୋଲି ସୂଚନା ମିଳିଛି । ଏହି ଅବସରରେ ଆଜି ରାୟଗଡ଼ ଜିଲ୍ଲା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଙ୍ଘର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ଏକ ଧନ୍ୟବାଦ ପତ୍ର ରାୟଗଡ ଜିଲ୍ଲାପାଳ ସ୍ୱଧା ଦେବ ସିଂହଙ୍କୁ ଅର୍ପଣ କରିଥିଲେ । ଏଥି ସହ କର୍ମଚାରୀମାନେ ଜିଲ୍ଲାପାଳଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ ମଧ୍ୟ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ସଙ୍ଘ ସଭାପତି ସ୍ନେହାଶିଷ ପାତ୍ର, ସମ୍ପାଦକ ଅଭିଷେକ ଦାସ, ଦିଗନ୍ତ ପ୍ରଧାନ, ପୃଆଇ ନରେଶ, ଏନ ପ୍ରଦୀପ, ଜି ଦିବାକର, ବିରଞ୍ଚି ସ୍ୱାଇଁ, ସଞ୍ଜିତ ପଣ୍ଡା ଓ ଅକ୍ଷୟ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।