ଅନୁସନ୍ଧାନ ଭାରତ(ବ୍ୟୁର): ଗଂଜାମ ଜିଲ୍ଗାଲା ଲେରୀ ସ୍ଥିତ ଦଣ୍ଡପାଣି ମହାରଥା ସ୍ନାତକ ମହାବିଦ୍ୟାଳୟରେ ନୂତନ ଭାବେ ଯୋଗ ଦେଇଥିବା ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଛି । ଏହି ଅବସରରେ କଲେଜ ଅଧ୍ୟକ୍ଷ ସୁଶାନ୍ତ କୁମାର ନାୟକ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ଅନ୍ତିମ ବର୍ଷର ଛାତ୍ରୀ ଟିକି ବେହେରା ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଅଧ୍ୟାପକ ଦୁର୍ଗା ମାଧବ ଦାସ ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ଦ୍ଵିତୀୟ ଓ ଶେଷ ବର୍ଷର ଛାତ୍ରଛାତ୍ରୀମାନେ ନବାଗତଙ୍କୁ ସ୍ୱାଗତ ଜଣାଇଥିଲେ । ପିଲାଙ୍କ ଭବିଷ୍ୟତ ଗଠନ ଓ ଆଧ୍ୟାତ୍ମିକ ଜାଗରଣ ପାଇଁ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଗୀତା ବହି ଉପହାର ଦିଆ ଯାଇଥିଲା । ଚରିତ୍ର ଗଠନ, ସମାୟାନୁବର୍ତ୍ତିତା ଓ ଶାନ୍ତି ଶୃଙ୍ଖଳା ରକ୍ଷାକରି ଜଣେ ସୁନାଗରିକ ହେବା ପାଇଁ ଅତିଥିମାନେ ମତ ଦେଇଥିଲେ । ପ୍ରଥମ ବର୍ଷର ଛାତ୍ରୀ ଶୁଭଶ୍ରୀ ମିଶ୍ର ଓ ବିରୁପାକ୍ଷ ସାହୁ ଅନ୍ତିମ ପର୍ଯ୍ୟାୟରେ ସଙ୍ଗୀତ ଗାନ କରିଥିଲେ । ଶେଷରେ ଛାତ୍ର ରିତିକ ରୋସନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।