ଅନୁସନ୍ଧାନ ଭାରତ(ବ୍ୟୁର): ଆଗକୁ ଆଲୋକ ପର୍ବ ଦୀପାବଳି ରହିଥିବା ବେଳେ ଏହି ଅବସରରେ ଅଞ୍ଚଳରେ ବେଆଇନ ବାଣ ବ୍ୟବସାୟ ଉପରେ ରୋକ ଲଗାଇବା ଲାଗି ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପୁଲିସ ଜୋରଦାର ଚଢ଼ାଉ ଜାରିରଖିଛି l ସେହିଭଳି ଆଜି ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗ୍ରାମର ବିଭିନ୍ନ ସ୍ଥାନରେ ବିପୁଳ ପରିମାଣର ବାଣ ତିଆରି ସାମଗ୍ରୀ ଓ ବାଣ ଗଛିତ ଥିବା ନେଇ ଖବର ପାଇ ପୁଲିସ ଚଢ଼ାଉ କରିଥିଲା l ଏହି ଚଢ଼ାଉ ବେଳେ ପାଖାପାଖି ୪୫ ଲକ୍ଷରୁ ଉର୍ଦ୍ଧ ଟଙ୍କାର ବାଣ ତିଆରି ସାମଗ୍ରୀ ଓ ବିଭିନ୍ନ ପ୍ରକାର ବାଣ ସହିତ ଗୋଟିଏ ପିକଅପ ଭେନ ଜବତ କରିଥିବା ବେଳେ ଜଣକୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଆସିକା ଥାନା ଅଧିକାରୀ l ଆସିକା ଏସଡିପିଓ, ତହସିଲଦାର ଓ ପୁଲିସ ଉପସ୍ଥିତ ଏହି ଚଢ଼ାଉ କରାଯାଇଥିବା ସୂଚନା ମିଳିଛି l