ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲାରେ ଦୁଇଟି ପୃଥକ ମାମଲାରେ ୨୫୩ କିଲୋ ଗଞ୍ଜେଇ ଜବତ ହୋଇଥିବା ବେଳେ ୬ ଜଣଙ୍କୁ ଗିରଫ କରାଯାଇଛି । ପାଟପୁର ଥାନା ପୁଲିସ ଧରମପୂର୍ ଗାଁରେ ଚଢାଉ କରି ୧୫୩ କିଲୋ ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଧରମପୁର ଗ୍ରାମର ଏମ.ସନ୍ତୋଷ ଦୋରା, ସନ୍ତୋଷ ସାହୁ, ନୀଳ ବଡ଼ତ୍ୟା ଓ ଜମନ୍ ଶଙ୍କର ଦୋରା। ସନ୍ତୋଷ ଦୋରା ନିଜ ଘରେ ଗଞ୍ଜେଇ ରଖି ବାହାରକୁ ବିକ୍ରି କରୁଥିବା ନେଇ ଅଭିଯୋଗ ପରେ ପୁଲିସ ଚଢାଉ କରି ଜବତ କରିଛି ।
ସେହିଭଳି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଆସିକା କାଳ ଷଣ୍ଢପୂର ଛକରୁ ଏକ ବୋଲେରୋ ଯୋଗେ ଗଞ୍ଜେଇ ଯାଉଥିବା ବେଳେ ୧ ଶହ କିଲୋ ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି । ଏହି ଦୁଇ ଗଞ୍ଜେଇ ମାଫିଆ ଗଜପତି ଜିଲ୍ଲା ଅଡବା ଅଞ୍ଚଲରୁ ଗଞ୍ଜେଇ ଧରି କୋଦଳା ଅଭିମୁଖେ ଯାଉଥିବା ବେଳେ ଗିରଫ ହୋଇ ଥିବା ପୁଲିସ ସୁଚନା ଦେଇଛି ।