ମଦ୍ୟପ ସ୍ୱାମୀର ଗୁଳି ମାଡ଼ରେ ସ୍ତ୍ରୀ ଗୁରୁତର….

ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ରାଶିବାଡୀ ରାମଚନ୍ଦ୍ର ପୁର ଗ୍ରାମରେ ମଦ୍ୟପ ସ୍ଵାମୀର ଗୁଳି ମାଡ଼ରେ ସ୍ତ୍ରୀ ଗୁରୁତର ହୋଇଛି । ଗୁରୁତର ଆହତ ମହିଳା ଜଣକ ହେଲେ ପରାଣ୍ଡି ପାତ୍ର l ମହିଳା ଜଣକ ଆସିକା ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ବାମ ଡେଣାକୁ ଗୁଳିମାଡ ହୋଇଛି । ସୂଚନା ପ୍ରକାରେ ଆଜି ନିକଟ ଏକ ଗ୍ରାମକୁ ପରାଣ୍ଡି ପାତ୍ର, ତାଙ୍କ ପୁଅ ଓ ମଦ୍ୟପ ସ୍ୱାମୀ ମାଧବ ପାତ୍ରଙ୍କ ସହ ମିଶି ସାଇକେଲରେ ଯାଉଥିବା ବେଳେ କସେଇ ଠାରେ ମଦ୍ୟପ ସ୍ୱାମୀ ଏକ ଦେଶୀ ବନ୍ଧୁକରେ ଗୋଟିଏ ବଗକୁ ଶିକାର କରୁଥିବା ସମୟରେ ନିଶାସକ୍ତ ଅବସ୍ଥାରେ ସ୍ତ୍ରୀ ପରାଣ୍ଡି ପାତ୍ରକୁ ଗୁଳି କରିଦେଇ ଥିଲା । ହେଲେ ସ୍ୱାମୀ ମାଧବ ପାତ୍ର ଫେରା ରହିଛି ।