ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା କ.ନୂଆଗାଁ ଅନ୍ତର୍ଗତ ପୁରୁଣା ସାହି ଶିବମନ୍ଦିର ନିକଟରେ ଦୀର୍ଘ ପ୍ରାୟ ପାଞ୍ଚ ବର୍ଷ ହେବ କଲ୍ୟାଣ ମଣ୍ଡପ ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ି ରହିଥିବା ଅଭିଯୋଗ ହୋଇଛି l ଏହି କଲ୍ୟାଣ ମଣ୍ଡପ ଆଜି ବି ସମ୍ପୂର୍ଣ୍ଣ ହେଇ ପାରୁ ନ ଥିବା ବେଳେ ଏହାର କାରଣ ଅସ୍ପଟ ରହିଛି l କିନ୍ତୁ ମୁଖ୍ୟ ରାସ୍ତା ପାର୍ଶରେ ଥିଲେ ମଧ୍ୟ କୌଣସି ବ୍ଲକ ପ୍ରଶାସନର ଦୃଷ୍ଟି ପଡୁନାହିଁ କିପରି l ଯାହାକି ସ୍ଥାନୀୟ ଅଂଚଳରେ ଆଲୋଚ୍ୟ ବିଷୟ ହୋଇଛି l 

ସେପଟେ ରାଜ୍ୟ ସରକାରଙ୍କ ବଜେଟରୁ ବିଲ ପାସ କରି କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ ନିମନ୍ତେ ଘରଇ ଠିକାଦାରଙ୍କୁ ଦିଆ ଯାଇଥିବା ଅଞ୍ଚଳ ବାସୀ କହିଛନ୍ତି l ଉର୍ଦ୍ଧ ନିର୍ମିତ ଗୃହ ଭିତରେ କିଛି ଅସାମାଜିକ ବ୍ୟକ୍ତି ଅସାମାଜିକ କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ l ଏବିଷୟରେ ଗଣମାଧ୍ୟମ ପ୍ରତିନିଧି ପଚାରି ବୁଝିବାରୁ ଅସିଷ୍ଟାଣ୍ଡ ଇଞ୍ଜିନିଅର ବାବୁ ଜଣଙ୍କ ନାଲି ଆଖି ଦେଖାଇ ଥିଲେ l ଏଥିରେ ଜଣା ପଡୁଛି ଠିକାଦାରଙ୍କ ଓ ବିଭାଗିୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ କଲ୍ୟାଣ ମଣ୍ଡପ ଅର୍ଧ ନିର୍ମିତ ହୋଇ ରହିଛି ବୋଲି ସ୍ଥାନୀୟ ଲୋକ କହି ଛନ୍ତି l ତେଣୁ ସ୍ଥାନୀୟ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବା ପାଇଁ ପୁରୁଣା ସାହୀର ବାସିନ୍ଧା ଦାବି କରିଛନ୍ତି l