ମୋ ସ୍କୁଲ ଅଭିଯାନ ରାଜ୍ୟ ସ୍ତରୀୟ ଦଳର ଭଞ୍ଜନଗର ବ୍ଳକର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ………

ଅନୁସନ୍ଧାନ ଭାରତ(ବ୍ୟୁର): ଗଂଜାମ ଭଞ୍ଜନଗର ବ୍ଳକର ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ, ଦୀନବନ୍ଧୁ ବେହେରା ବାଳିକା ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନ କରିଛନ୍ତି ଓଡିଶା ସରକାରଙ୍କ ମୋ ସ୍କୁଲ ଅଭିଯାନର ରାଜ୍ୟ ସ୍ତରୀୟ ସ୍ବତନ୍ତ୍ର ଦଳ l ଏହି ଦଳରେ ମୋ ସ୍କୁଲ ଅଭିଯାନ ଡେପୁଟି ଡାଇରେକ୍ଟର ସୁସ୍ମିତା ମାଳିଙ୍କ ସମେତ ପ୍ରୋଗ୍ରାମ ମ୍ୟାନେଜର ଡକ୍ଟର ଗାର୍ଗୀ ବସୁ ଯୋଗ ଦେଇ ଏହି ସ୍କୁଲ ଗୁଡିକୁ ପରିଦର୍ଶନ କରି ମୋ ସ୍କୁଲ ଅଭିଯାନ ଅଧିନରେ ହୋଇଥିବା ପ୍ରୋଜେକ୍ଟ କାମ ଦେଖିବା ସହ ୟୁ.ବି ହାଇସ୍କୁଲ ଠାରେ ଆଲୁମିନିମାନଙ୍କ ସହ ବୈଠକ କରିଥିଲେ l ଏହି ବୈଠକରେ ବି.ଇ.ଓ ଏସ୍ ଧନଞ୍ଜୟ, ୟୁ.ବି ହାଇସ୍କୁଲ ପ୍ରଧାନ ଶିକ୍ଷକ ଉମାକାନ୍ତ ନାହାକ, ଶ୍ରୀବତ୍ସ ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଗାୟତ୍ରୀ ପଣ୍ଡା, ମୋ ସ୍କୁଲ ଅଭିଯାନ ବ୍ଳକ ନୋଡାଲ ଅଫିସର ତଥା ବଡକୋଦଣ୍ଡା ଜବାହାର ହାଇସ୍କୁଲ ପ୍ରଧାନ ଶିକ୍ଷକ ସନ୍ତୋଷ ଜେନା, ଦୀନବନ୍ଧୁ ବେହେରା ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଗିତାଞ୍ଜଳୀ ପ୍ରଧାନ, ସି.ଆର୍.ସି.ସି ମୋହନ ସାହୁ, ସନ୍ତୋଷ ସାହୁ, ଭଗବାନ ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ l ପରେ ଏହି ଦଳ ଦୀନବନ୍ଧୁ ବେହେରା ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିବା ସହ ବିଭିନ୍ନ ବିଷୟରେ ଛାତ୍ରୀମାନଙ୍କ ସହ ଆଲୋଚନା କରିଥିବା ଜଣାପଡିଛି l