ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ବ୍ଲକ ଅନ୍ତର୍ଗତ କୁଲାଡ଼ ମୁଖ୍ୟ ରାସ୍ତାରେ ଲଷ୍ମୀ ବଜାର ପୂଜା କମିଟି ତରଫରୁ ଚଳିତ ବର୍ଷ ଆୟୋଜିତ ଗଜଲଷ୍ମୀ ପୂଜା ବେଶ ଜାକଯମକରେ ପାଳନ କରାଯାଉଛି । ଏହି ଅବସରରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ମଙ୍ଗଳବାର ସନ୍ଧ୍ୟାରେ ଅଗ୍ରଣୀ ନୃତ୍ୟାନୁଷ୍ଠାନ ଭଞ୍ଜନଗର ୟୁନିକ ଡ୍ୟାନ୍ସ ଏକାଡେମୀ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କୁନି କୁନି ନୃତ୍ୟଶିଳ୍ପୀଙ୍କ ଠାରୁ ଯୁବ ବର୍ଗର କଳାକାରଙ୍କ ବିଭିନ୍ନ ନୃତ୍ୟକୁ ଉପସ୍ଥିତ ଦର୍ଶକ ବେଶ ମନଭରି ଉପଭୋଗ କରିଥିଲେ । ଏଥିରେ ଅନୁଷ୍ଠାନର ମୁଖ୍ୟ ଜୟକୃଷ୍ଣ ପଟ୍ଟନାୟକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ନିର୍ଦ୍ଦେଶକ ମାଷ୍ଟର ପିଣ୍ଟୁ, ଦିଲିପ, ପ୍ରମୋଦ, ଯୋଗେନ୍ଦ୍ର, ରୋହିତ, ବିକାଶ, ସଞ୍ଜୟ, ନାଲୁ, ଲିପୁନ, ପ୍ରସାଦ, କାହ୍ନା, ପ୍ରିୟା, ହରପ୍ରିୟା, ଖୁସି, ଲାଡ଼ଲି, ସାନଭି, ପ୍ରିୟା°ଶି, ରିଆନ, ତଣୁସ, ଆନିସଙ୍କ ସମେତ ଅନ୍ୟମାନଙ୍କ ନୃତ୍ୟ ଦର୍ଶକଙ୍କୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା । ସନ୍ତୋଷ କୁମାର ପଣ୍ଡା, ଅରକ୍ଷିତ ପରିଛା ଓ ପୂଜା କମିଟିର ପ୍ରାୟ ୧୨୦ଜଣ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।