ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଆଞ୍ଚଳିକ ଉନ୍ନୟନ ସଂସ୍ଥା ତଥା ‘ଗ୍ରୀଟ୍’ର ଅଧ୍ୟକ୍ଷ ଭାବେ ଗୁରୁବାର ଦାୟିତ୍ବ ଗ୍ରହଣ କରିଛନ୍ତି ହିଞ୍ଜିଳିକାଟୁ ଏନ୍ଏସିର ପୂର୍ବତନ ଉପାଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ । ଉକ୍ତ ସଂସ୍ଥା ଅଧୀନରେ ଥିବା ଭଞ୍ଜନଗର, ବେଲଗୁଣ୍ଠା, ଆସିକା ଏବଂ ହିଞ୍ଜିଳିକାଟୁର ଏନ୍ଏସି ଅଧ୍ୟକ୍ଷଙ୍କ ଗହଣରେ ସେ ଆଜି ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ଏନେଇ ଆଜି ଗ୍ରୀଟ୍ କାର୍ଯ୍ୟାଳୟ ପରିସରରେ ଏକ ସ୍ବତନ୍ତ୍ର ସ୍ବାଗତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯେଉଁ ଭରସା ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ସରାକାର ତାଙ୍କୁ ଏହି ଦାୟିତ୍ବ ପ୍ରଦାନ କରିଛନ୍ତି ସେହି ଉଦ୍ଦେଶ୍ୟ ସଫଳ ରୁପାୟନ କିଭଳି ହେବ ସେ ଦିଗରେ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି ନୁତନ ଗ୍ରୀଟ୍’ର ଅଧ୍ୟକ୍ଷ । ଦିଗହରା ହୋଇଥିବା କାର୍ଯ୍ୟ ଗୁଡିକର ସମାଧାନ ବାଟ ବାହାର କରିବା ସହ ସହରାଞ୍ଚଳ ଗୁଡିକରେ ମାଷ୍ଟର ପ୍ଳାନିଂ ଉନ୍ନୟନ ଉପରେ କାର୍ଯ୍ୟ ଗ୍ରୀଟ୍ ଯଥାଶୀଘ୍ର ଆରମ୍ଭ କରିବ ବୋଲି କହିଥିଲେ । ଏଥିରେ ଭଞ୍ଜନଗର ଏନ୍ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ହିଞ୍ଜିଳି ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପଲେଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ବେଲଗୁଣ୍ଠାର ଅଧ୍ୟକ୍ଷ ଫିରୋଜ କୁମାର ସେଠୀ, ଆସିକା ଅଧ୍ୟକ୍ଷା ବିନେତା ସ୍ବାଇଁ, ଭୀମସେନ ବେହେରା, ସୁଧୀର ରଞ୍ଜନ ବେହେରା, ନୀଳମଣି ପଟ୍ଟନାୟକ, ସୁରଥ ଚନ୍ଦ୍ର ପାତ୍ରଙ୍କ ସମେତ ବହୁ କାଉନ୍ସିଲର,ଶୁଭେଚ୍ଛୁ ଓ କର୍ମଚାରୀ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇଥିଲେ ।