ପଞ୍ଚମ ଦିନରେ ସ୍ୱତନ୍ତ୍ର ସେବା ଶିବିର…..

ଅନୁସନ୍ଧାନ ଭାରତ(ବ୍ୟୁର): ଗଂଜାମ ଜିଲ୍ଲାର କ୍ଷତ୍ରୀୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଜାତୀୟ ସେବା ଯୋଜନା ତରଫରୁ ନିକଟସ୍ଥ ପୋଷ୍ୟ ଗ୍ରାମ ପରସୁଲୁଣ୍ଡା ଠାରେ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ସେବା ଶିବିର ପଞ୍ଚମ ଦିନରେ ପହଁଚିଛି lଏହି ଦିନ ଭଞ୍ଜନଗର ଉତ୍ତର ଘୁମୁସର ଅବୈତନିକ ବନ୍ୟ ଜନ୍ତୁ ତତ୍ୱାଧାରକ ଶୁଳପାଣି ଶତପଥି ମୁଖ୍ୟ ଅତିଥିରୂପେ ଯୋଗଦେଇ ବନ୍ୟ ଜନ୍ତୁ ତଥା ଜଙ୍ଗଲ ସୁରକ୍ଷା ଉପରେ ବକ୍ତବ୍ୟ ଦେଇଥିଲେ | ସମାଜସେବୀ ଜଗଦୀଶ ପାଣିଗ୍ରାହୀ ସଂସ୍କୃତି ଉପରେ କହିଥିଲେ | ଅଧ୍ୟକ୍ଷ ବି ଗୋବିନ୍ଦ ରାଓ ସଭାପତିତ୍ୱ କରିଥିବା ବେଳେ ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ମହାପାତ୍ର ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ | କାର୍ଯ୍ୟକ୍ରମ ଅଧିକାରୀ ଦିପୁ ଭୂୟାଁ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଅଧ୍ୟାପିକା ସ୍ନିଗ୍ଧା ରାଣୀ ଗୌଡ଼ ଧବ୍ୟବାଦ ଦେଇଥିଲେ | ଏହି ଦିନମାନଙ୍କରେ ଜ଼ିଲ୍ଲା ଉପ ସଂଯୋଜକ ସୁନୀଲ ମୁନି ପରିଦର୍ଶନ କରି ଖୁସି ବ୍ୟକ୍ତ କରିଥିଲେ | ଏହି ଶିବିରରେ ୫୦ଜଣ ସ୍ବେଛାସେବୀ ରହି ବୁଢାକେନ୍ଦୁ ମନ୍ଦିର ପରିସର ସଫେଇ କରି ଗ୍ରାମରେ ସ୍ୱାସ୍ଥ୍ୟ ପରିମଳ, ପରିବେଶ ସମ୍ପର୍କରେ ସଚେତନତା କରୁଛନ୍ତି |ଏହା ସାତ ଦିନ ଧରି ଚାଲିବ ବୋଲି ଜଣାପଡିଛି ।