ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ସଲାଗୁଡ଼ା ପଞ୍ଚାୟତରେ ବ୍ଲକର ଦ୍ଵିତୀୟ ପର୍ଯ୍ୟାୟରେ ପରିବର୍ତ୍ତନ ମେଳା ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ମହନ୍ତଙ୍କ ଅଧକ୍ଷତରେ ଅନୁଷ୍ଠିତ ଏହି ପରିବର୍ତ୍ତନ ମେଳା ରେ ଅନ୍ୟ ମାନଙ୍କ ମଧ୍ୟରେ ସଲାଗୁଡ଼ା ସରପଞ୍ଚ ରୋହିତ କହଁର, ସମିତି ସଭ୍ୟ ଭାଗିରଥି ସାହୁ, ଜିଲ୍ଲା ଉଦ୍ୟାନ ବିଭାଗ ଉପ-ନିର୍ଦ୍ଦେଶକ ମିହିର ସାମନ୍ତରାୟ, ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରିୟ ରଞ୍ଜନ ମିଶ୍ର, କୃଷି ଅଧିକାରୀ ସୁରେନ୍ଦ୍ର କୁମାର ସିଂ, ଗୋଛାପଡା ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ସାୟସ୍ତା ପରବିନ୍, ସହକାରୀ ମତ୍ସ୍ୟ ଅଧିକାରୀ ଆଶା ଲଷ୍ମୀ ନରେନ୍ଦ୍ର, ମହିଳା ଓ ଶିଶୁ ବିକାଶ ଅଧିକାରଣୀ ହରପ୍ରିୟା ମେହର, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ବାଳକୃଷ୍ଣ ନାୟକଙ୍କ ସହିତ ସମସ୍ତ ବିଭାଗର ବିଭାଗୀୟ ଅଧିକାରୀମାନେ ଯୋଗ ଦେଇ ସରକାରୀ ଯୋଜନା ଉପରେ ଆଲୋଚନା କରିବା ସହିତ କିଭଳି ଭାବେ ହିତାଧିକାରୀମାନେ ସରକାରଙ୍କ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ପାରିବେ ସେ ଉପରେ ବୁଝାଇଥିଲେ । ଅନୁଷ୍ଠିତ ମେଳାରେ ବହୁ ସଂଖ୍ୟାରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ସାମିଲ ହୋଇଥିଲେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ମାଗଣା ଔଷଧ, କରୋନା ଟୀକା କରଣ ଓ କରୋନା ପରୀକ୍ଷା ମଧ୍ଯ କରାଯାଇଥିଲା । କାର୍ଯ୍ୟକ୍ରମକୁ ଫିରିଙ୍ଗିଆ ବ୍ଲକର ବରିଷ୍ଠ ସାମ୍ବାଦିକ ସୁବ୍ରତ କୁମାର ମହାନ୍ତି ସଂଯୋଜନା କରିଥିଲେ l ଏହି କାର୍ଯ୍ୟକ୍ରମରେ ବିଶେଷ କରି ଉପସ୍ଥିତ ଥିବା ହିତାଧିକାରୀମାନେ ଯୋଗାଣ ବିଭାଗ ଅଧୀନରେ ରହିଥିବା ସମସ୍ୟା ଉପରେ ଅଭିଯୋଗ କରିଥିବା ବେଳେ ଖୁବ ଅଳ୍ପ ଦିନ ମଧ୍ୟରେ ସମସ୍ୟାର ସମାଧାନ କରାଯିବ ବୋଲି ଫିରିଙ୍ଗିଆ ବ୍ଲକ ଦାୟିତ୍ୱ ରେ ଥିବା ଅଧିକାରୀ ବାଳକୃଷ୍ଣ ନାଏକ ହିତାଧିକାରୀମାନଙ୍କୁ ପ୍ରତିଶୃତି ଦେଇଥିଲେ I ସ୍ବାସ୍ଥ୍ୟ, ପରିମଳ, ପରିବେଶ ସମ୍ପର୍କରେ ସଚେତନତା କାର୍ଯାକ୍ରମ ସାତ ଦିନ ଧରି ଚାଲିବ ବୋଲି ଜଣାପଡିଛି ।