ଗୋଛାପଡା ପୁଲିସ ଦ୍ୱାରା ଏକ କାର ସହ ୫୪ କିଲୋ ଗଂଜେଇ ଜବତ, ଜଣେ ଗଞ୍ଜେଇ ମାଫିଆ ଗିରଫ…..

ଅନୁସନ୍ଧାନ ଭାରତ(ବ୍ୟୁର): କିଛି ଦିନର ନୀରବତା ପରେ ପୁଣି ଜଣେ ଆନ୍ତଃ ଜିଲ୍ଲା ପେସାଦାର ଗଂଜେଇ ମାଫିଆକୁ ଧରିବାରେ ସଫଳ ହୋଇଛି କନ୍ଧମାଳ ଜିଲ୍ଲାର ଗୋଛାପଡା ପୁଲିସ I ଏହା ସହ ଏକ କର ଓ କାର ରେ ଭର୍ତି ହୋଇଥିବା ୫୪ କିଲୋ ଗଂଜେଇକୁ ମଧ୍ୟ ଜବତ କରିଛି I ପୁଲିସର ସୂଚନା ଅନୁସାରେ ଗତକାଲି ଗୋଛାପଡା ଥାନା ଅଧିକାରୀ ରଂଜିତ କୁମାର ମୁନି ତାଙ୍କ ଟିମ ସହ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଗୋଛାପଡା ଥାନା କଟ୍ରିଙ୍ଗିଆ ଗାଁ ନିକଟରେ ଥିବା ମାଟିଘଟି ନିକଟରେ ଦ୍ରୁତ ଗତିରେ ଆସୁଥିବା ସମ୍ପୃକ୍ତ କାରକୁ ଅଟକାଇ ଯାଞ୍ଚ କରିଥିଲେ I କାର ଯାଞ୍ଚ କଲା ସମୟରେ ସେଥିରୁ ୪୫ କିଲୋ ଗଂଜେଇ ବାହାରି ଥିଲା I ତେବେ ଜବତ କାରର ନମ୍ବର ଓଡି-୧୭ଟି -୬୮୨୦ ରହିଥିବା ବେଳେ ଗିରଫ ମାଫିଆ ଜଣକ ବରଗଡ଼ ଜିଲ୍ଲା ବରଗଡ଼ ଥାନା ଖଜୁରୀଟିକ୍ରା ଗାଁର ପ୍ରଶାନ୍ତ ସାହୁ (ଆଦିତ୍ୟ) ବୋଲି ଜଣାପଡିଛି I ଅନ୍ୟପଟେ ଗିରଫ ମାଫିଆ ଜଣକ ଜଣେ ପେସାଦାର ଗଞ୍ଜେଇ ମାଫିଆ ହୋଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଥିବା ବେଳେ ଏହି ଘଟଣା ସଂକ୍ରାନ୍ତରେ ଗୋଛାପଡା ଥାନାରେ ୧୨୭/୨୦୨୨ରେ ଏକ ମାମଲା ୠଜୁକରି ଅଭିଯୁକ୍ତ ଜଣକୁ ଜବତ ଗଂଜେଇ ସହ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରଂଜିତ କୁମାର ମୁନି ସୂଚନା ଦେଇଛନ୍ତି I