କନ୍ଧମାଳ ଜିଲ୍ଲା ପୁଲିସ ପକ୍ଷରୁ ଗଞେଇ ଚାଷ ରୋକିବା ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୁଲିସ ପକ୍ଷରୁ ଗଞ୍ଜେଇ ଚାଷ ରୋକିବା ନିମନ୍ତେ କେଳାପଡ଼ା ପଞ୍ଚାୟତ କାର୍ଯ୍ୟାଳୟ ସଭା ଗୃହ ଠାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କନ୍ଧମାଳ ଏସପିଙ୍କ ନିର୍ଦ୍ଦେଶକ୍ରମେ ଫିରିଙ୍ଗିଆ ଥାନା ଅଧିକାରୀ ପି ଶ୍ୟାମସୁନ୍ଦର ରାଓଙ୍କ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ହୋଇଥିବା ବେଳେ କାର୍ଯ୍ୟକ୍ରମରେ ଏସଡିପିଓ ଶ୍ରିପ୍ରାସନ୍ ମଲ୍ଲିକ, କେଳାପଡା ଗ୍ରାମ ପଞ୍ଚାୟତ ସରପଞ୍ଚ ସ୍ବର୍ଣ୍ଣଲତା ପ୍ରଧାନ, ସମିତି ସଭ୍ୟ ବୈରାଗୀ କହଁର, ନାଏବ ସରପଞ୍ଚ ଶ୍ରୀକାନ୍ତ ଦିଗାଲ, ଯୁବ ସଂଗଠକ ଇଶ୍ଵର ବେହେରା ଯୋଗ ଦେଇଥିଲେ l କାର୍ଯ୍ୟକ୍ରମରେ କେଳାପଡା ପଞ୍ଚାୟତ ଅନ୍ତର୍ଗତ ୧୪ଟି ୱାର୍ଡର ୱାର୍ଡ ମେମ୍ବରଙ୍କ ସହ ଅଞ୍ଚଳର ଜନସାଧାରଣ ଉପସ୍ଥିତ ଥିଲେ ‌। କାର୍ଯ୍ୟକ୍ରମ ରେ ବେଆଇନ୍ ଭାବରେ ଗଞ୍ଜେଇ ଚାଷ କରାଯାଉଥିବା ବେଳେ ଅଞ୍ଚଳର ଯୁବ ଗୋଷ୍ଠୀ ନାବାଳକମାନେ ପଥଭ୍ରଷ୍ଟ ହେଉଥିବାରୁ ବିଭିନ୍ନ ସମସ୍ୟା ଆସିବା ସହ ଶିକ୍ଷା ଦାନରେ ବାଧା ସୃଷ୍ଟି ହେଉଥିବା ଅତିଥିମାନେ ବାକ୍ତବ୍ୟ ରେ କହିଥିଲେ l ଗଞ୍ଜେଇ ଚାଷ ଆଇନ୍ ଅନୁଯାୟୀ ଦଣ୍ଡନୀୟ ହୋଇଥିବାରୁ ଗଞ୍ଜେଇ ଚାଷକୁ ସମ୍ପୂର୍ଣ ଭାବରେ ନ କରିବାକୁ ସଚେତନ କରାଯାଇଥିଲା l ଏହା ବ୍ୟତୀତ ଗଞ୍ଜେଇ ଚାଷକୁ ନେଇ ଗାଁରେ ଲୋକଙ୍କୁ ବୁଝାଇ ଚାଷ ନ କରିବାକୁ ସଚେତନ କରିବାକୁ ଅତିଥିମାନେ ବୁଝାଇଥିଲେ l ଏହା ବ୍ୟତୀତ ଗଞେଇ ଉଜାଢୁଛି କେତେ ସଂସାର ଗଞେଇକୁ କର ଦୂରୁ ଜୁହାର, ଯୁବପିଢି ଓ ଛାତ୍ର ଗୋଷ୍ଠୀ ଗୋଞେଇ ଚାଷରୁ ହୁଅ ନିବୃତ୍ତି l ଏହି ବିଷୟ ସୁନ୍ଦର ଭାବରେ ଉପସ୍ଥିତ ଥିବା ଜନସାଧାରଣଙ୍କୁ ସଚେତନତା ଦେବା ସହ ଗଞେଇ ଚାଷ ନ କରିବାପାଇଁ ବାର୍ତ୍ତା ଦେଇଥିଲେ ଅତିଥି । କାର୍ଯ୍ୟକ୍ରମକୁ ଫିରିଙ୍ଗିଆ ଥାନା ଅଧିକାରୀ ପି ଶ୍ୟାମ ସୁନ୍ଦର ରାଓ ପରିଚାଳନା କରିଥିବା ବେଳେ କେଳା ପଡ଼ା ସରପଞ୍ଚ ସ୍ଵର୍ଣ୍ଣ ଲତା ପ୍ରଧାନ ଧନ୍ୟ ବାଦ ଅର୍ପଣ କରିଥିଲେ l