ବୋରିଗାଁ ଛକ ଠାରେ ବନ୍ଧୁକ ଧରି ମଦ ଚାଲାଣ: ଯୁବକ ଗିରଫ, ୬୦ ଲିଟର ଦେଶୀମଦ ଓ ସ୍କୁଟି ଜବତ…..

ଅନୁସନ୍ଧାନ ଭାରତ(ବ୍ୟୁର): ଗଂଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ବୋରିଗାଁ ଛକର ଆଜି ବନ୍ଧୁକ ବ୍ୟବହାର କରି ଦେଶୀ ମଦ ଚାଲାଣ କରୁଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଦେଶୀ ମଦ ଚାଲାଣ କରୁଥିବା ଜଣେ ଯୁବକଙ୍କୁ ଯାଞ୍ଚ କରାଯିବା ବେଳେ ତାଙ୍କ ନିକଟକରୁ ଏକ ଦେଶୀ ବନ୍ଧୁକ ଜବତ ହୋଇଛି । ଗିରଫ ଯୁବକ ଜଣଙ୍କ ହେଲେ ବ୍ରହ୍ମପୁର ଲୋଚାପଡା ଆରକେ ନଗରର ସାଗର ଗୌଡ(୩୦) । ଅବକାରୀ ଗୁଇନ୍ଦା ବିଭାଗ ଦକ୍ଷିଣାଞ୍ଚଳ କମିଶନର ଅଶୋକ କୁମାର ଶତପଥିଙ୍କ ଠାରୁ ମିଳିଥିବା ସୂଚନାପ୍ରକାରେ, ଏକ ସ୍କୁଟିରେ ଜଣେ ଯୁବକ ଦିଗପହଣ୍ଡି ଅଞ୍ଚଳରୁ ଦେଶୀ ମଦ ଧରି ବ୍ରହ୍ମପୁର ଆସୁଥିବା ଖବର ମିଳିବା ପରେ ବିଭାଗର ଏଏସଆଇ ଅନ୍ତର୍ଜାମୀ ସାହୁ ଓ ଅନ୍ୟ କର୍ମଚାରୀ ବୋରିଗାଁ ଛକରେ ଯାଞ୍ଚ ଆରମ୍ଭ କରିଥିଲେ । ସାଗର ସ୍କୁଟିରେ(ଓଡି-୦୭-ଏକ୍ସ-୯୨୮୦) ଗାଡ଼ିରେ ଏକ ବସ୍ତା ଧରି ବ୍ରହ୍ମପୁର ଆଡକୁ ଆସୁଥିବା ବେଳେ ତାଙ୍କ ସନ୍ଦେହରେ ଅଟକାଯାଇଥିଲା l ଯାଞ୍ଚ ବେଳେ ସେହି ବସ୍ତା ଭିତରେ ୪ଟି ପଲିଥିନ ଜରିରେ ମୋଟ ୬୦ ଲିଟର ଦେଶୀ ମଦ ରହିଥିଲା । ସେହି ସ୍କୁଟିର ଡିକିରୁ ଏକ ଦେଶୀ ବନ୍ଧୁକ ମିଳିଥିଲା । ମଦ ଓ ବନ୍ଧୁକ ସହ ସ୍କୁଟିକୁ ଜବତ କରିବା ପରେ ସାଗରଙ୍କୁ ଗିରଫ କୋର୍ଟ ଚାଲାଣ କରାଯାଇ l ଗିରଫ ଯୁବକ ଜଣକ ଏହି ବନ୍ଧୁକ କେଉଁଠୁ ଆଣିଛନ୍ତି ସେ ନେଇ ପୁଲିସ ବିଭାଗ ପକ୍ଷରୁ ଖୋଳତାଡ ଜାରି ରହିଥିବା ସୂଚନା ମିଳିଛି ।