ପାଲକ ସଣ୍ଡ ଗ୍ରାମରେ ଅଘଟଣ, ବଜ୍ରାଘାତରେ ଗାଇ ଚରାଳି ଯୁବକ ମୃତ…….

ଅନୁସନ୍ଧାନ ଭାରତ(ବ୍ୟୁର): ମଙ୍ଗଳବାର ସଂଧ୍ୟା ସମୟରେ ବର୍ଷା ପବନ ସାଙ୍ଗକୁ ଘଡଘଡି ହୋଇଥିଲା । ଗାଈ ଗୋଠନେଇ ଚରାଉଥିବା ଯୁବକକୁ ବଜ୍ରାଘାତ ମାରିବାରୁ ଘଟଣା ସ୍ଥଳରେ ତାର ମୃତୁ ଘଟିଥିଲା । ମୃତକ ଜଣକ ହେଲେ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଲକ ସଣ୍ଡl ଗ୍ରାମର ମୋଚିରାମ ଗୌଡ଼ଙ୍କ ପୁଅ ମହେଶ୍ୱର ଗୌଡ଼(୩୫) ମହେଶ୍ୱର ପ୍ରତିଦିନ ଭଳି ଆଜି ଗାଈଗୋଠ ନେଇ ନିକଟସ୍ଥ ପଡିଆକୁ ଯାଇଥିଲେ । ସନ୍ଧ୍ୟା ୫.୩୦ମିନଟ ସମୟରେ ବର୍ଷା ହେବାରୁ ମହେଶ୍ୱର ଏକ ଗଛମୂଳେ ଆଶ୍ରୟ ନେଇଥିଲେ l ସେହି ସମୟରେ ବଜ୍ରପାତ ହେବା ଯୋଗୁଁ ଘଟଣା ସ୍ଥଳରେ ମହେଶ୍ୱରର ମୃତୁ ଘଟିଥିଲା । ଖବର ପାଇ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଂଚି ମହେଶ୍ୱରକୁ ଗୋବରା ମେଡିକାଲକୁ ଆଣିଥିଲେ l ହେଲେ ଡାକ୍ତର ମହେଶ୍ୱରକୁ ମୃତ ଘୋଷଣା କରିଥିଲେ । ମହେଶ୍ୱର ଗରିବ ପରିବାରର ହୋଇଥିବାରୁ ତା ପରିବାରକୁ ସରକାରୀ ସାହାଯ୍ୟ ଯୋଗେଇଦେବାକୁ ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ଗୌଡ଼ ଦାବି କରିଛନ୍ତି ।