ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ବ୍ଳକ ଅନ୍ତର୍ଗତ ଉପେନ୍ଦ୍ର ଭଞ୍ଜ ଉଚ୍ଚବିଦ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ ସୁନେତ୍ର ଚକ୍ଷୁ ପରୀକ୍ଷା ଶିବିର ଉଦଯାପିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବ୍ଳକର ସମସ୍ତ ବିଦ୍ୟାଳୟଗୁଡିକରୁ ସର୍ବମୋଟ ୧୨ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ୧୯ ଜଣ ଛାତ୍ର ଛାତ୍ରୀଙ୍କୁ ଉଚ୍ଚ ଚକ୍ଷୁ ପରୀକ୍ଷା ପାଇଁ ଡାକ୍ତର ଏସ୍. ସୀତାରାମ ପ୍ରେରଣ କରିଥିବା ଜଣାପଡିଛି l ତତସହ ୪୧୯ ଜଣଙ୍କୁ ଚଷମା ପ୍ରଦାନ ପାଇଁ ଚୟନ କରାଯାଇଛି l ଏହି ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ବି.ଡି.ଓ ଶଶି ଭୂଷଣ ମହାପାତ୍ର ଯୋଗ ଦେଇଥିବା ବେଳେ ବ୍ଳକ ଶିକ୍ଷା ଅଧିକାରୀ ଏସ୍.ଧନଞ୍ଜୟ ସଭାପତିତ୍ବ କରିଥିଲେ l ପ୍ରଧାନ ଶିକ୍ଷକ ଉମାକାନ୍ତ ନାହକ, ସି.ଆର୍.ସି.ସି ଭଗବାନ ଭୂୟାଁ ପ୍ରମୁଖ ମଞ୍ଚାସିନ ଥିଲେ । କାର୍ଯ୍ୟକ୍ରମକୁ ବି.ଆର୍.ଟି ଅନିଲ ମୁଦୁଲି ଓ ଚିନ୍ମୟ ଦାଶ ପରିଚାଳନା କରିଥିବା ବେଳେ ପ୍ରଦୀପ ସାସମଲ ଅତିଥି ପରିଚୟ ପ୍ରଦାନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ ଆଇ.ଭି ଟିଚରଙ୍କ ସମେତ ସମସ୍ତ ସି.ଆର୍.ସି.ସି ଓ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରର ସମସ୍ତ ଷ୍ଟାଫ, ବି.ଇ.ଓ ଅଫିସ ଷ୍ଚାଫ ସହଯୋଗ କରିଥିଲେ l