ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁର ସ୍ଥାନୀୟ ଲିମାମେଡା ଗ୍ରାମ ଠାରେ ସାତ ଦିନ ଧରି ଅନୁଷ୍ଠିତ ହୋଇଥିବା ମା ଗଜଲକ୍ଷ୍ମୀଙ୍କ ବିସର୍ଜନ ଏକ ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ଗ୍ରାମବାସୀ ନିଜ ନିଜ ଘର ସମ୍ମୁଖରେ ପୂର୍ଣ୍ଣ କୁମ୍ଭ ରଖି ମାଙ୍କୁ ପୂଜାର୍ଚ୍ଚନା କରି ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ବିସର୍ଜନ ଶୋଭାଯାତ୍ରାରେ ପଗଡ଼ବିଲ ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ଓ ପଦ୍ମପୁର ଘୁମୁରା ବାଦ୍ୟ ଦଳଙ୍କୁ ସାମିଲ କରାଯାଇ ଲିମାମେଡା ଠାରୁ ସୌରା ପ୍ରଧାନୀଗୁଡା ଗ୍ରାମ ପର୍ଯ୍ୟନ୍ତ କେବଳ ସଂକୀର୍ତ୍ତନ ମଧ୍ୟରେ ଶୋଭାଯାତ୍ରାରେ ମାଙ୍କୁ ମେଲାଣି ଦିଆଯାଇଥିଲା । ପ୍ରଥମ ଥର ପାଇଁ କୌଣସି ଡିଜେ ସାଉଣ୍ଡ ବା ପଶ୍ଚାତ୍ୟ ଢାଞ୍ଚାକୁ ନ ଆଦରି ନିଜ ସଂସ୍କୃତିକୁ ଆପଣେଇ ଏକ ଉଦାହରଣ ସୃଷ୍ଟି କରିଛନ୍ତି ଲିମାମେଡା ଗ୍ରାମବାସୀ । ପୂଜା କମିଟି ସଭାପତି ମୃତ୍ୟୁଞ୍ଜୟ ପଣ୍ଡିତଙ୍କ ନେତୃତ୍ୱରେ ଶ୍ରୀଧର ପଣ୍ଡା, ବିସିକେସନ ସେନାପତି, ଗୌର ସେନାପତି, ଅଜିତ ମହାନ୍ତି, ଅକ୍ଷୟ ମହାନ୍ତି, ସନ୍ତୋଷ ଦାସ, ବଳରାମ ପଣ୍ଡା, ସନ୍ତୋଷ ପଣ୍ଡା, ପ୍ରଣବ ପାତ୍ର ପ୍ରମୁଖ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳାର ସହ ବିସର୍ଜନ କାର୍ଯ୍ୟ ସମ୍ପାଦନ କରିଥିଲେ ।