ଅନୁସନ୍ଧାନ ଭାରତ(ବ୍ୟୁର): ଚୋରା ଦେଶୀ ମଦ ଚାଲାଣ ବେଳେ ମାଡ଼ିବସିଲା ଅବକାରୀ ବିଭାଗ l ୧୨୦ ଲିଟର ଦେଶୀ ମଦ ସହିତ ଗୋଟିଏ ୱାଗନର କାର ଓ ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ଗଞ୍ଜାମ ଜିଲ୍ଲା ଆସିକା ଅବକାରୀ ବିଭାଗ l ଘଟଣା ଅନୁସାରେ ଆଜି ମାଧହ୍ନ ସମୟରେ ଗୋଟିଏ ୱାଗନର ଗାଡ଼ିରେ ଚୋରା ଦେଶୀ ମଦ ଆସିକା ଅଭିମୁଖେ ଚାଲାଣ ହେଉଥିବା ନେଇ କୌଣସି ସୂତ୍ରର ଖବର ପାଇ ଥିଲା ଆସିକା ଅବକାରୀ ବିଭାଗ l ଏହାକୁ ଧରିବା ପାଇଁ ଥାନାଧିକାରୀଙ୍କ ନେତୃତ୍ୱରେ ଗୋଟିଏ ଟିମ କାଳସଣ୍ଢପୁର ପାଟିଳିଗୁଡା ରାସ୍ତାରେ ଯାଞ୍ଚବେଳେ ଏହି କାର ଡିକିରୁ ଛଅଟି ବେରେଲରୁ ପାଖାପାଖି ୧୨୦ ଲିଟର ଚୋରା ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ l ତେବେ ଏହି ମଦ କେଉଁ ଠାରୁ କେଉଁ ଠାକୁ ଚାଲାଣ ହେଥିଲା ତାର ସ୍ପଷ୍ଟ ସୂଚନା ମିଳିପାରି ନଥିବା ବେଳେ ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଓଆଇସି ପ୍ରଦୀପ କୁମାର ମହାନ୍ତି l