ଦଶମନ୍ତପୁର ବ୍ଳକ ଗିର୍ଲିଗୁମ୍ମା ପଞ୍ଚାୟତରେ ଜନଶୁଣାଣୀ ଶିବିର ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଳକ ଅନ୍ତର୍ଗତ ଗିର୍ଲିଗୁମ୍ମା ପଞ୍ଚାୟତ ସ୍ଥିତ ୨୭ ଗୋଟି ଗାଁରେ ରହିଥିବା ଲୋକମାନଙ୍କ ଅଭିଯୋଗକୁ ନେଇ ପଞ୍ଚାୟତ ସ୍ତରୀୟ ସଚେତନତା ଏବଂ ଅଭିଯୋଗ ମିଳିତ ଜନ ଶୁଣାଣୀ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମୁଦାୟ ୭୧ରୁ ଉର୍ଦ୍ଧ୍ବ ଅଭିଯୋଗ ଜନ ଶୁଣାଣୀ କରାଯାଇଛି । ଏହି ଜନ ଶୁଣାଣୀକୁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡମ୍ବୁରୁଦର ମଲ୍ଲିକଙ୍କ ଗୁରୁତ୍ୱପୂର୍ଣ୍ଣ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ବେଳେ ସହଯୋଗ କରିଥିଲେ ପିଇଓ ଜନାଥନ ହିଆଲ, ଜିଆରଏସ୍ ଶ୍ୟାମ ମାଝୀ ଏବଂ ଏଥିରେ ଉପସ୍ଥିତ ଥିଲେ ବ୍ଳକ ଅଧ୍ୟକ୍ଷା ପୂର୍ଣ୍ଣିମା ଜାନୀ, ସରପଞ୍ଚ କେତକି ଜାନୀ, ଏବିଓ ତାରେଣିସେନ୍ ମୁଣ୍ଡା, ସ୍ଥାନୀୟ ତହସିଲଦାର, ନାୟକ ସରପଞ୍ଚ ଗୌରାଙ୍ଗ ବାଘ, ସମିତିସଭ୍ୟ, ଆର୍ଡମେମ୍ବର, ଏଏନ୍ଏମ୍, ଅଙ୍ଗନବାଡି କର୍ମୀ, ଏମ୍ବିକେ, ସିଆଆରପି କର୍ମଚାରୀ, କୃଷିମିତ୍ର, ପ୍ରାଣୀମିତ୍ର, ରଞୁ କନ୍ଦପାନ, ଏଲ୍ଆଇ ଚନ୍ଦ୍ରଶେଖର ବିଶୋଇ ଏବଂ ଗ୍ରାମାଞ୍ଚଳମାନଙ୍କ ଠାରୁ ଶତାଧିକ ଲୋକ ଯୋଗ ଦେଇଥିଲେ । ଏହି ଅଭିଯୋଗର ମୁଖ୍ୟ ଉଦେଶ୍ୟ ହେଲା ବିଶେଷକରି ରାସ୍ତାଘାଟ ମରାମତି, ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା, ପାନୀୟ ଜଳ, ଜାତି ପ୍ରମାଣପତ୍ର, ବାସିନ୍ଦା ପ୍ରମାଣପତ୍ର, ସୌଚାଳୟ, ବିଦ୍ୟାଳୟର ପ୍ରାଚୀର ନିର୍ମାଣ କରିବା, ସିସିରୋଡ କରିବା ଏବଂ ଭତ୍ତା ପାଉଥିବା ଲୋକମାନେ ପାସ୍ ବହି ରୁ ନପାଇ କିପ୍ରକାର ହାତାହାତି ପାଇ ପାରିବେ ସେନେଇ ଗୁରୁତ୍ୱ ପୂର୍ଣ୍ଣ ଭାବରେ ଆଲୋଚନା କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଆଶିଥିବା ଲୋକମାନଙ୍କୁ ଧନ୍ୟବାଦ ଅର୍ପଣ କରି ଶେଷରେ ଶ୍ୟାମ ମାଝୀଙ୍କ ଦ୍ବାରା ଜନ ଶୁଣାଣୀକୁ ପରିସମାପ୍ତି କରାଯାଇଥିଲା l