ଅନୁସନ୍ଧାନ ଭାରତ(ବ୍ୟୁର): ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ମେହେର ଓ ଲେଖାପାଳ ଦୁତୀୟ ବନଛୋରଙ୍କ ତତ୍ୱବଧାନରେ କର୍ଲାମୁଣ୍ଡା ବ୍ଲକ କଳାରୁଦ୍ର ଯୁବକ ସଂଘ କୁସୁର୍ଲା (ହଜାରୀପଡା ) ଓ ମ.ରାମପୁର ଥାନାର ସମସ୍ତ କର୍ମଚାରିମାନଙ୍କ ମିଳିତ ସହଯୋଗରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମରେ ଥାନା ପରିସରରେ ଥିବା ଅଳିଆ ଆବର୍ଜନା ଓ ପ୍ପ୍ଲାସ୍ଟିକ ପୋଲିଥିନ ସଫେଇ କାର୍ଯ୍ୟକ୍ରମ କରି ପ୍ରାୟ ପଚାଶ କେଜି ପ୍ଲାଷ୍ଟିକ ପଲିଥିନ ସଂଗ୍ରହ କରାଯାଇଥିଲା l ଆୟୋଜିତ କାର୍ଯ୍ୟକ୍ରମରେ ମ.ରାମପୁର ଥାନା ଅଧିକାରୀ ଶ୍ରୀ ସଚିନ୍ଦ୍ର ପ୍ରଧାନ, ଜୟଦେବ ତାରିଣୀ ତଥା ସମସ୍ତ ଥାନା କର୍ମଚାରିଙ୍କ ଉପସ୍ଥିତିରେ କର୍ଲାମୁଣ୍ଡା ବ୍ଲକର କଳାରୁଦ୍ର ଯୁବକ ସଂଘ କୁସୁର୍ଲା (ହଜାରୀପଡା ) ଗ୍ରାମର ପୂର୍ବତନ ସଭାପତି ତଥା ଜାତୀୟ ଯୁବ ସ୍ୱେଚ୍ଛାସେବୀ ସନତ କୁମାର ସାହୁ ଓ ମ.ରାମପୁର ସ୍ବେଛାସେବୀ ଅମର ସିଂଭୋଇଙ୍କ ନେତୃତ୍ୱରେ ପରିବେଶ ସମ୍ପାଦକ ଲଳିତ ସାହୁ, କୋଷାଧକ୍ଷ ଡୋଲମଣୀ ସାହୁ, ସଂସ୍କୃତିକ ସମ୍ପାଦକ ତ୍ରିଲୋଚନ ସାହୁ, ଅରବିନ୍ଧ ସାହୁ, ନୀଳକଣ୍ଠେଶ୍ଵର ସାହୁ, ହରପ୍ରସାଦ ସାହୁ, ହେମନ୍ତ ସାହୁ, ବିକାଶ ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ କରିଥିଲେ l ଏହି ଅବସରରେ ମଦନପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଡ଼ଃ ଲୋକନାଥ ସାହୁ ସମସ୍ତ କର୍ମକର୍ତାଙ୍କୁ ମାସ୍କ ଓ ହେଣ୍ଡ ଗ୍ଲୋବସ ଯୋଗାଇ ଦେଇଥିବାବେଳେ ଶ୍ରୀଯୁକ୍ତ ପ୍ରଧାନ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l