ଲୋପ ପାଇବାକୁ ବସିଛି ଘୁ.ଉଦୟଗିରି ବନାଞ୍ଚଳର ସଂରକ୍ଷିତ ଜଙ୍ଗଲ, ମତାମତ ନେବା ପାଇଁ ଯିବାରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣ ଦେଖା କଲେ ରେଞ୍ଜର ମହାଶୟା, କାର୍ଯ୍ୟଳୟରେ ଥାଇ ମଧ୍ୟ ଦେଲେନି ଦେଖା……
ଅନୁସନ୍ଧାନ ଭାରତ(ବ୍ୟୁର): ଓଡ଼ିଶା ସରକାର ବନବିଭାଗ, ଘୁ.ଉଦୟଗିରି ବନ ବିଭାଗ ଅଧିକାରୀ ମିନାକ୍ଷୀ କୁମୁରା ଆଜି କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେବାରେ ଅଣଦେଖା କରିଛନ୍ତି I ଏହି ଅଞ୍ଚଳରେ ଓଡ଼ିଶା ସରକାର ବନବିଭାଗ ତରଫରୁ କୋଟି କୋଟି ଟଙ୍କା ବ୍ୟୟରେ ହୋଇଥିବା ବିଭିନ୍ନ ସଂରକ୍ଷିତ କୃତ୍ରିମ ଜଙ୍ଗଲ ଗଛ ଲଗେଇବା ଆଳରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ କୌଣସି ସ୍ଥାନରେ ବିଶେଷ ଜଙ୍ଗଲ ସୃଷ୍ଟି ହୋଇଥିବା ଦେଖିବାକୁ ମିଳୁନାହିଁ I 

ସଂରକ୍ଷିତ ଜଙ୍ଗଲରେ ଚାରା ରୋପଣ କରାଗଲା ପରେ ରକ୍ଷଣ ବେକ୍ଷଣ ଅଭାବରୁ ଗଛ ଗୁଡିକ ବଞ୍ଚିନ ନ ଥିବା ଓ ବଞ୍ଚିଥିବା ବଡ଼ ବଡ଼ ମୂଲ୍ୟବାନ ଗଛ ଗୁଡ଼ିକୁ କାଠ ମାଫିଆମାନେ ଖୁଲମ ଖୁଲା କାଟି ନେଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଧ୍ୟାନ ଦେଉନଥିବା ଅଞ୍ଚଳ ବାସୀ କ୍ଷୋଭର ସହ ପ୍ରକାଶ କରିଛନ୍ତି I
ଘୁ.ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ ନନ୍ଦଗିରି ରାଇପଦା ମଧ୍ୟ ସ୍ଥଳରେ ଥିବା ୧୫୦ ହେକ୍ଟର ଜମିରେ ଏକ ପ୍ଲାଣ୍ଟେସନ ପରିସର ମଧ୍ୟରେ ଅନାବନା ଗଛ ବ୍ୟତୀତ ରୋପଣ କରାଯାଇଥିବା ଗଛର ପତ୍ତା ମିଳୁନାହିଁ I ଘୁ.ଉଦୟଗିରି କଳିଙ୍ଗା ରାଜ୍ୟ ରାଜପଥ ପାର୍ଶ୍ୱରେ ଥିବା ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ବଡ଼ ବଡ଼ ମୂଲ୍ୟବାନ ଗଛ କଟାଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଦେଖା ମିଳୁନାହିଁ I ଏହି ସମ୍ପର୍କରେ ମତାମତ ନେବା ପାଇଁ ଘୁ.ଉଦୟଗିରି ବନାଞ୍ଚଳ ଅଧିକାରୀ ମିନାକ୍ଷୀ କୁମୁରାଙ୍କ କାର୍ଯ୍ୟାଳୟକୁ ଗମମାଧ୍ୟମ ପ୍ରତିନିଧି ଯାଇଥିଲେ I କିନ୍ତୁ କାର୍ଯ୍ୟାଳୟରେ ଥାଇ ମଧ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖା ଦେଇନଥିଲେ ଏବଂ ଫୋନ ଦ୍ୱାରା ଯୋଗାଯୋଗ କରିଥିଲେ ମଧ୍ୟ ଫୋନ ଉଠାଇନଥିବା ତାଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟିକରୁଛି I ତେଣୁ ଘୁ.ଉଦୟଗିରି ବନବିଭାଗ ଅଧୀନରେ କେଉଁ କେଉଁ ସ୍ଥାନରେ କେତେ ଟଙ୍କା ସରକାରୀ ଅନୁଦାନ ବ୍ୟୟରେ କୁତ୍ରିମ ଜଙ୍ଗଲ ସୃଷ୍ଟି କରାଯାଇଛି ?? ଏହାକୁ ନେଇ ଉଚ୍ଚ ସ୍ତରିୟ ତଦନ୍ତ ହେଲେ ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ଅଞ୍ଚଳ ବାସୀ ଦାବୀ ମତପ୍ରକାଶ କରିଛନ୍ତି I