ଅନୁସନ୍ଧାନ ଭାରତ(ବ୍ୟୁର): ଥୁଆମୂଳ ରାମପୁର ବ୍ଲକ କଂଗ୍ରେସ ସଭାପତି ଜଳନ୍ଧର ନାଏକଙ୍କ ନେତୃତ୍ୱରେ ଭବାନୀପାଟଣା ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଜିଲ୍ଲା କଂଗ୍ରେସ ସଭାପତି ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଭାରତ ଭୂଷଣ ବେମାଲଙ୍କ ଉପସ୍ଥିତିରେ ବାଗଡିଆଣି ଗ୍ରାମପଞ୍ଚାୟତର ଶତାଧିକ ବିଜେଡି କର୍ମୀ ତାଙ୍କ ଦଳର କାର୍ଯ୍ୟକଳାପ ପ୍ରତି ବିମୁଖ ହୋଇ କଂଗ୍ରେସ ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ହେବା ସହ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଦାସଙ୍କ ବଳିଷ୍ଠ ନେତୃତ୍ୱକୁ ସମ୍ମାନ ଜଣାଇ କଂଗ୍ରେସ ଦଳରେ ଯୋଗ ଦେଇଥିଲେ l
ଆଗାମୀ ଦିନରେ ଅଂଚଳର ବିକାଶ ପାଇଁ ଦଳର ସଂଗଠନକୁ ସୁଦୃଢ କରି କଂଗ୍ରେସକୁ ଶକ୍ତିଶାଳୀ କରିବେ ବୋଲି ଶପଥ ନେଇଥିଲେ l କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ପରମାନନ୍ଦ ମାଝୀ, ସାଧାରଣ ସମ୍ପାଦକ ବ୍ରଜ ମୋହନ ସାହୁ, ରାଜ୍ୟ ଯୁବକଂଗ୍ରେସ ସାଧାରଣ ସମ୍ପାଦକ ତ୍ରିଲୋଚନ ପାଣିଗ୍ରାହୀ, ରାଜୀବଗାନ୍ଧୀ ପଂଚାୟତ୍ତିରାଜ ସଂଗଠନ ଜିଲ୍ଲା ସଂଯୋଜକ ସରୋଜ ବାଗ, ରାଜ୍ୟ ମିଡିଆସେଲ ସମ୍ପାଦକ ମୁରଲୀ ନାଏକ, ପୂର୍ବତନ ବ୍ଲକ ସଭାପତି ଦେବେନ୍ଦ୍ର ନାଏକ, ପଂଚାୟତ୍ତିରାଜ ସଂଗଠନ ବ୍ଲକ ସଂଯୋଜକ ପରମେଶ୍ୱର ନାଏକ, ପୂର୍ବତନ ସରପଞ୍ଚ କ୍ରିଷ୍ଣା ମାଝୀଙ୍କ ସମେତ ଥୁଆମୂଳ ରାମପୁର ବ୍ଲକ କଂଗ୍ରେସର ବରିଷ୍ଠ କର୍ମୀମାନେ ଉପସ୍ଥିତ ଥିଲେ l