ବାଲିଛାଇ ଓ ଦେବଭୂମି ଗ୍ରାମ ପଂଚାୟତରେ ବିଜେଡିର ପଦଯାତ୍ରା ଆୟୋଜିତ, ପଦଯାତ୍ରାରେ ଭିଡ ଜମାଇଲେ ମହିଳା…….

ଅନୁସନ୍ଧାନ ଭାରତ(ବ୍ୟୁର): ଆସିକା ବିଧାୟିକାଙ୍କ ନେତୃତ୍ୱରେ ଚାଲିଥିବା ପଦଯାତ୍ରାରେ ବିପୁଳ ସଂଖ୍ୟାରେ ମହିଳା ଯୋଗଦେଇ ଥିବା ଦେଖିବାକୁ ମିଳିଛି l ଆଜି ବାଲିଛାଇ ଓ ଦେବଭୂମି ଗ୍ରାମ ପଂଚାୟତରେ ବିଜେଡିର ପଦଯାତ୍ରାରେ ଆଗଧାଡିର କର୍ମୀ ସାଙ୍ଗକୁ ଛାତ୍ର, ମହିଳା, ଯୁବ କର୍ମକର୍ତ୍ତା ଯୋଗଦେଇଥିଲେ l ମହିଳାମାନଙ୍କ ଆଗ୍ରହ ଦେଖି ବିଧାୟିକା ଖୁସି ବ୍ୟକ୍ତ କରିଥିଲେ l ଜନସମ୍ପର୍କ ପଦଯାତ୍ରା ଅବସରରେ ଲୋକମାନଙ୍କ ସୁଖଦୁଃଖ ବୁଝିବା ସହିତ ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ ବିଧାୟିକା l ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜୋନ ଯୁବ ସଭାପତି ନଚିକେତା ସ୍ୱାଇଁ, ଜିଲ୍ଲା ଉପସଭାପତି ଦିଲ୍ଲୀପ କୁମାର ପାଣିଗ୍ରାହୀ, ବ୍ଲକ ସଭାପତି ରାଜେଶ ପଟ୍ଟନାୟକ, ନିର୍ବାଚନ ମଣ୍ଡଳୀ ସଭାପତି ଜୟସେନ ସ୍ୱାଇଁ, ଜିଲ୍ଲା ପରିଷଦ ସଭ୍ୟା ତନ୍ମୟୀ ନାହାକ, ଜିଲ୍ଲା ପରିଷଦ ସଭ୍ୟ ବି.ମନୋଜ ଦୋରା, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରତାପ ପ୍ରଧାନ, ରାଜ୍ୟ ସମ୍ପାଦିକା ସଲୀଳା ବେହେରା, ରବୀନ୍ଦ୍ର ପରିଡା, ବିଜୟ ନାହାକ, ଅମୂଲ୍ୟ ବିଶ୍ୱାଳ, ଜିତେନ୍ଦ୍ର ମହାରଣା, ନୀଳମାଧଵ ବେହେରା, ନୀଳମାଧବ ସ୍ୱାଇଁ, ଗୌରହରି ବେହେରା, ବିଜୟ ଦଳାଇ, ବିମଳ ପ୍ରଧାନ, ମାନସ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ l ବାଲିଛାଇ ସରପଞ୍ଚ ରଶ୍ମିତା ସ୍ୱାଇଁ, ସମିତି ସଭ୍ୟା ଗୀତାଞ୍ଜଳୀ ବେହେରା, ଦେବଭୂମି ସରପଞ୍ଚ ଅଶାନ୍ତି ବେହେରା ଓ ସମିତି ଲକ୍ଷ୍ମୀ ବେହେରାଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା l