ପବିତ୍ର କାର୍ତ୍ତିକ ମାସ ଉପଲକ୍ଷେ ଖାରିଆ ପଞ୍ଚାୟତ ସରପଞ୍ଚ ଜୟନ୍ତୀ ସାହୁଙ୍କ ଦ୍ବାରା ତାଳ ଓ ମୁର୍ଦୁଙ୍ଗ ବଣ୍ଟନ…..

ଅନୁସନ୍ଧାନ ଭାରତ(ବ୍ୟୁର): ପବିତ୍ର କାର୍ତ୍ତିକ ମାସ ଉପଲକ୍ଷେ ଆସିକା ବ୍ଲକ ଖାରିଆ ପଞ୍ଚାୟତ ସରପଞ୍ଚ ଜୟନ୍ତୀ ସାହୁ ଖାରିଆ ପଞ୍ଚାୟତର ଅଧୀନ ଖାରିଆ, ଘଟକୁରି, ସନ୍ଧିନୂଆପଲ୍ଲୀ, କୋଟିନଡ଼ା, ହୁମୁକି, ସାହାପୁର, ଢୁଙ୍କୁଣୀରେ ତାଳ ମୁର୍ଦୁଙ୍ଗ ଓ ଝାଞ୍ଜ ପ୍ରଦାନ କରିଥିଲେ l ବର୍ଷ ବର୍ଷ ଧରି ଏହି ଗ୍ରାମ ଗୁଡିକରେ ସଂକୀର୍ତନ ଦଳ ରହିଆସିଥିଲେ ମଧ୍ୟ ମୁର୍ଦୁଙ୍ଗ ଝାଞ୍ଜର ଅଭାବ ରହିବା ଯୋଗୁଁ ପବିତ୍ର କାର୍ତ୍ତିକ ମାସରେ ସଂକୀର୍ତନ ଦଳ ଗୁଡିକ ଗ୍ରାମରେ ମାସ ବ୍ୟାପି କୀର୍ତ୍ତନ କରିବା ପାଇଁ ମୁର୍ଦୁଙ୍ଗର ଅଭାବ ରହିଥିଲା l ଉକ୍ତ ଅଭାବକୁ ଦୂର କରିବା ପାଇଁ ସରପଞ୍ଚ ଜୟନ୍ତୀ ସାହୁଙ୍କ ପକ୍ଷରୁ ତାଳ ମୁର୍ଦଙ୍ଗ ପ୍ରଦାନ କରାଯାଇଥିଲା l ଅତି ଉତ୍ସାହର ସହ ପଞ୍ଚାୟତ ଅଧୀନ ସମସ୍ତ ଗ୍ରାମର ସଂକୀର୍ତନ ଦଳ ତାଳ ମୁର୍ଦଙ୍ଗ ଗ୍ରହଣ କରିଥିଲେ l ଏହି ଅବସରରେ ବରିଷ୍ଠ ବିଜେଡି ନେତା ତଥା ସମାଜସେବୀ ଭଗବାନ ସାହୁ, ସମିତି ସଭ୍ୟା ସୌଦାମିନୀ ନାହାକ, ଶଙ୍କର ସେଠୀ, ନାରାୟଣ ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ l ସରପଞ୍ଚଙ୍କ ଏହି ମହାନ କାର୍ଯ୍ୟକୁ ପଞ୍ଚାୟତ ବାସି ଖୁବ ପ୍ରଶଂସା କରିଛନ୍ତି l