କଲେଜରୁ ଫେରୁଥିବା ବେଳେ ବସରୁ ଖସିପଡ଼ି ଛାତ୍ରର ମୃତ୍ୟୁ…..

ଅନୁସନ୍ଧାନ ଭାରତ(ବ୍ୟୁର): ରାମନାଗୁଡା ବ୍ଲକ ଅନ୍ତର୍ଗତ ନିଲାମ୍ ଗୁଡା ପଞ୍ଚାୟତର ନାଲପଣ୍ଡା ଗୁଡା ଗ୍ରାମର ସୁବାସ ଶବରଙ୍କ ପୁଅ ବିଶ୍ଵନାଥ ଶବର ବୟସ ୧୮ ବସରୁ ଖସି ପଡି ମୃତ୍ୟୁ ବରଣ କରିଛନ୍ତି । ସୂଚନା ଯୋଗ୍ୟଯେ ବିଶ୍ଵନାଥ ଶବର ପଦ୍ମପୁର ସ୍ଥିତ ଆର୍ ଜୀ ମହାବିଦ୍ୟାଳୟରେ +୨ ଦ୍ଵିତୀୟ ବର୍ଷରେ ଅଧ୍ୟୟନ କରୁଥିଲେ । ସବୁ ଦିନ ଭଳି ଆଜି ମଧ୍ୟ କଲେଜକୁ ଯାଇ ନାଇଡୁ ନାମକ ଏକ ବସ୍ ଯୋଗେ ଘରକୁ ଫେରୁଥିଲେ । ବସ୍ ଭିଡ଼ ଥିବାରୁ ସେ କବାଟ ନିକଟେ ଠିଆ ହୋଇ ଆସୁଥିବା ସମୟରେ ଲକ୍ଷ୍ମଣ ଗୁଡା ନିକଟରେ ଖସି ପଡିଥିଲେ l ଫଳରେ ମୁଣ୍ଡ ପଛପଟେ ଗଭୀର ଆଘାତ ଲାଗିଥିଲା l ସ୍ଥାନୀୟ ଲୋକେ ଓ ବସ୍ କର୍ମଚାରୀ ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ପଦ୍ମପୁର ମେଡିକାଲକୁ ନେଇଥିଲେ । ସେଠାରେ ଡ଼ାକ୍ତର ପ୍ରାଥମିକ ଚିକିତ୍ସା କରି ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟକୁ ନେବା ନିମନ୍ତେ ପରାମର୍ଶ ଦେଇଥିଲେ। ଆମ୍ବୁଲାନ୍ସ ଯୋଗେ ପଦ୍ମପୁର ଠାରୁ ଗୁଣୁପୁର ଆସୁଥିବା ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ କହିଛନ୍ତି ।