ପୂର୍ଣାନନ୍ଦ ସେବା ସଂଘ ଆଧ୍ଯାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ନିକଟସ୍ଥ ପୂର୍ନାନନ୍ଦ ସେବା ସଂଘ ଠାରେ ଆଧ୍ଯାତ୍ମିକ କାଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ ଭକ୍ତ ଯୋଗ ଦେଇ ହରିନାମ କିର୍ତନ ସହିତ ପ୍ରବଚନରେ ଯୋଗ ଦେଇଥିଲେ । ସଦଗୁରୁ ପୂନ୍ନାନନ୍ଦ ଅନାଦୀ ଚରଣ ଦାଶ ମୁଖ୍ୟ ପ୍ରବଚକ ଭାବେ ଯୋଗ ଦେଇ ହରିକଂ ସରଣରେ ନିଜକୁ ସମର୍ପଣ କଲେ ଜୀବନ କିଭଳି ସହଜ ଏବଂ ସରଳ ହୋଇଯାଏ ସେ ସଂପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସେବା ସଂଘ ସଭାପତି ସଦାନନ୍ଦ ପ୍ରଧାନ ସଂପାଦକ ଅଭିମନ୍ୟୁ ପ୍ରଧାନ, କୋଷାଧ୍ୟକ୍ଷ ଉଦେସନ ପ୍ରଧାନ, ଉପଦେଷ୍ଟା ପ୍ରଫୁଲ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।