ଅନୁସନ୍ଧାନ ଭାରତ(ବ୍ୟୁର): କଳିଗାଂ ଘାଟିରେ ଦିନକୁ ଦିନ ଦୁର୍ଘଟଣା ବଢିବାରେ ଲାଗିଛି । ଆଜି ସକାଳ ପ୍ରାୟ ୧୦ ଘଣ୍ଟିକା ସମୟରେ ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଳିଙ୍ଗା ଗ୍ରାମର ଅମୂଲ୍ୟ ପ୍ରଧାନ ନାମକ ଯୁବକଙ୍କ ମୃତ ଶରୀର କଳିଙ୍ଗା ଘାଟି ଅନ୍ଧାରିକୁଟି ନିକଟରେ ପଡ଼ିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ମୃତ ଯୁବକଙ୍କ ନାମ ଅମୂଲ୍ୟ ପ୍ରଧାନ ବୟସ ପ୍ରାୟ( ୩୫ ) ବଙ୍ଗଳା ସାହି , କଳିଙ୍ଗା । ଗତ ରାତିରେ ଖାଇବା ପିଇବା ସାରି ଶୋଇଥିଲେ l ଆଜି ସକାଳୁ ନିତ୍ୟକର୍ମ ସାରିବା ପାଇଁ ଅନ୍ଧାରିକୁଟି ନିକଟ ଝରଣା ନିକଟକୁ ଯାଇଥିଲେ କିନ୍ତୁ l ଏହି ସମୟରେ କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁବରଣ କରିଥିବା ଖବର ମିଳିବା ପରେ ପରିବାର ଲୋକେ ଘଟଣା ସ୍ଥଳକୁ ଯାଇ ଦେଖିଥିଲେ ଓ ପୁଲିସ ଥାନାକୁ ଖବର ଦେଇଥିଲେ । ଖବର ପାଇ ଘୁ.ଉଦୟଗିରି ପୁଲିସ ଆଇଆଇସି ଅଜୟ କୁମାର ସ୍ବାଇଁ ଓ ଏଏସଆଇ ବିନୟ କୁମାର ମହାରଣା ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀରକୁ ଜବତ ସହ ୧୪୦/୨୨ ନମ୍ବରରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠେଇବା ସହ ତଦନ୍ତ ଅଧିକାରୀ ଏଏସଆଇ ବିନୟ କୁମାର ମହାରଣା ଦୁର୍ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି ।