ଗଜପତି ଜିଲ୍ଲା ସ୍ତରୀୟ ଆନ୍ତଃବିଦ୍ୟାଳୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ…….

ଅନୁସନ୍ଧାନ ଭାରତ(ବ୍ୟୁର): ଗଜପତି ଜିଲ୍ଲା ସ୍ତରୀୟ ଆନ୍ତଃବିଦୟାଳୟ ୧୭ ବର୍ରୁ କମ୍ ବୟସର ବାଳକ ବାଳିକା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଗଜପତି ଷ୍ଟାଡିୟମ୍ ପାରଳାଖେମୁଣ୍ଡି ପରିସରରେ ଉଦଯାପିତ ହୋଯାଇଅଛି । ଆଜିର ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ଉତ୍ସବରେ ଜୟରାମ ଶତପଥି, ଆରକ୍ଷୀ ଅଧିକ୍ଷକ ଗଜପତି ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପ୍ରଦୀପ କୁମାର ନାୟକ, ପାରଳାଖେମୁଣ୍ଡି ପୌର ପରିଷଦ ଅଧକ୍ଷା ଶ୍ରୀମତୀ ନିର୍ମଲା ସେଠୀ, ଭାରପ୍ରାପ୍ତ କ୍ରୀଡା ଅଧିକାରୀ ତଥା ଡେପୁଟି କଲେକ୍ଟର ନଟବର ଗରଡ଼ା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମୋନଜ ରଞ୍ଜନ ଦଳାଇ, ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋସ କୁମାର ନାୟକ ସଭାପତିତ୍ୱ କରିଥିଲେ । ଜିଲ୍ଲାର ସାତ ଗୋଟି ବ୍ଲକର ସମସ୍ତ ମେଧାବୀ ଫୁଟବଲ୍ ଖେଳାଳି ବାଳକ ବାଳିକା ଓ ପାରଳାଖେମୁଣ୍ଡି ପୌରପାଳିକାର ଟିମ ମୋଟ ୧୩ ଟିମ ଅଂଶ ଗ୍ରହଣ କରିଥିଲେ l ସେମାନଙ୍କ ମଧ୍ୟରେ ପ୍ରଥମ ପର୍ଯାୟରେ ଗୋଷାଣୀ ଓ ଆର. ଉଦୟଗିରି ବଳିକା ଟିମ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା l ଗୋଶାଣୀ ବାଳିକା ଟିମ ୨/୦ ଗୋଲରେ ବିଜେତା ହୋଇଥିଲା l ଫାଇନାଲରେ ପାରଳାଖେମୁଣ୍ଡି ପୌରପାଳିକା ଓ ମୋହନା ବାଳକ ଟିମ ଖେଳିବା ପାଇଁ ବିବେଚିତ ହୋଇଥିଲା l ଶେଷରେ ପାରଳାଖେମୁଣ୍ଡି ପୌର ପାଳିକା ବାଳକ ଟିମ ୨/୦ ଗୋଲ୍ ରେ ବିଜୟୀ ହୋଇଥିଲେ ୩ଗୋଲରେ ପୋସିସନ ମୋହନା ବାଳିକା ଟିମ ଓ କାଶୀନଗର ବାଳକ ଟିମ, ୨ ସ୍ଥାନରେ ମୋହନା ବାଳକ ଟିମ, ରନର ଆର. ଉଦୟଗିରି ବାଳିକା ଟିମ, ବାଳିକା ଚାମ୍ପିୟାନ ଗୋଶାଣୀ ଟିମ ଓ ବାଳକ ଚାମ୍ପିୟାନ ଟିମର ପାରଳାଖେମୁଣ୍ଡି ପୌର ପରିଷଦ ପାଳିକା ଟିମ ଅଥିତିଙ୍କ ଦ୍ବାରା ପୁରସ୍କୃତ ହୋଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ବିଜ୍ଞାନ ନୀରିକ୍ଷକ ତଥା ତବରଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟ୍ଟନାୟକ, ଶାରୀରିକ ଶିକ୍ଷା ନିରୀକ୍ଷକ, ସୁରେନ୍ଦ୍ର ପାତ୍ର, ପ୍ରିୟଦର୍ଶି ମିଶ୍ର ଏବଂ ସଭା ପରିଚାଳନା କରିଥିଲେ l ଅମୂଲ୍ୟ ପାଣଗ୍ରାହୀ, କାର୍ତ୍ତିକ ମହାପାତ୍ର ଉପସ୍ଥିତରେ ଅତିଥିମାନେ ଖେଳାଳିମାନଙ୍କୁ ଜିଲ୍ଲାର ଗୌରବ ବଜାୟ ରଖିବା ପାଇଁ ଶୁଭକାମନା କରିଥିଲେ l ଏହି ଖେଳରେ ଜିଲ୍ଲାର ୧୯୫ ଜଣ ଛାତ୍ରୀ / ଛାତ୍ର ସହିତ ୮୫ ଜଣ ଖେଳ ଶିକ୍ଷକ ଉପସ୍ଥିତ ରହି ଥିଲେ ।