ଅନୁସନ୍ଧାନ ଭାରତ(ବ୍ୟୁର): ଗଂଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ ବଡ଼କୋଦଣ୍ଡା ଛକ ନିକଟରେ ସଡକ ଦୁର୍ଘଟଣାରେ ଖାଲାସୀ ସାହିର ବିଶ୍ୱ ରଞ୍ଜନ ପଣ୍ଡା (୬୨) ଆହତ ହୋଇଛନ୍ତି । ସେ ଭଞ୍ଜନଗରରୁ ଅଗଝୋଳ ଗ୍ରାମ ଅଭିମୁଖେ ନିଜ ନାତୁଣୀ ସହ ସ୍କୁଟିରେ ଯାଉଥିବା ବେଳେ ଏକ ହାଇୱା ଗାଡି ସହ ସାମାନ୍ୟ ଧକ୍କା ହୋଇଥିଲା । ତାଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ବିଶ୍ୱ ରଞ୍ଜନଙ୍କ ଗୌଡ଼ରେ ଆଘାତ ଲାଗିଥିବା ବେଳେ ନାତୁଣୀ ଏହି ଦୁର୍ଘଟଣାରେ ବର୍ତ୍ତି ଯାଇଥିବା ଜଣାପଡିଛି ।