ଅନୁସନ୍ଧାନ ଭାରତ(ବ୍ୟୁର): ଗତକାଲି ରାଜ୍ୟ ସରକାର ଯେଉଁ ଚୁକ୍ତିଭିତ୍ତିକ ପ୍ରଥା ଉଛେଦ ନେଇ ଐତିହାସିକ ଘୋଷଣା କରିଛନ୍ତି ସାରା ରାଜ୍ୟରୁ ପ୍ରଶଂସା ର ସୁଅ ଛୁଟିଛି । ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । ଏହି କ୍ରମରେ ରାୟଗଡ଼ ଜିଲ୍ଲା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଙ୍ଘ ଓ ସମସ୍ତ କର୍ମଚାରୀ ଏହି ନିଷ୍ପତିକୁ ସ୍ୱାଗତ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଭେଟିରେ ସାରା ଓଡିଶା ର ୫୭୦୦୦କର୍ମଚାରୀ ଏଥିରେ ଉପକୃତ ହେବେ ବୋଲି ସୂଚନା ମିଳିଛି । ଏହି ଅବସରରେ ଆଜି ରାୟଗଡ଼ ଜିଲ୍ଲା ସଙ୍ଘ କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ୟେଶରେ ମାନ୍ୟବର ଅନୁସୂଚିତ ଜାତି ଓ ଜନଜାତି, ଆଇନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ଓ ରାଜ୍ୟ ସରକାରଙ୍କ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର ଦାସଙ୍କୁ ସମ୍ବର୍ଦ୍ଧନା ସହ ଧନ୍ୟବାଦ ଅର୍ପଣ କରିଥିଲେ ।
ସ୍ଥାନୀୟ ଦୁର୍ଗୀ ଜଗନ୍ନାଥ ମନ୍ଦିରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୀର୍ଘ ଓ ସ୍ୱାସ୍ଥ୍ୟ ଜୀବନ କାମନା କରି ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ପରେ ରାୟଗଡ଼ ଅମଲା ଭବନ ପରିସର ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ହୋଇଥିବା ଏହି ଐତିହାସିକ ଘୋଷଣାକୁ କେକ କାଟି ଧୁମଧାମରେ ପାଳନ କରିଥିଲେ । ଏହି ଐତିହାସିକ ବିଜୟର ଶ୍ରେୟ ସଙ୍ଘର ରାଜ୍ୟ ସଭାପତି ବିଜୟ ମଲ୍ଲ, ଉପଦେଷ୍ଟା ପ୍ରଭାତ ମହାନ୍ତିଙ୍କ ଦୃଢ଼ ନେତୃତ୍ୱ ଓ ଅକ୍ଳାନ୍ତ ପରିଶ୍ରମ ଯୋଗୁ ହୋଇପାରିଛି ବୋଲି ସଙ୍ଘର କର୍ମକର୍ତ୍ତା ସୂଚନା ଦେଇଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ସଙ୍ଘ ସଭାପତି ସ୍ନେହାଶିଷ ପାତ୍ର, ଅଭିଷେକ ଦାସ, ଦିଗନ୍ତ ପ୍ରଧାନ, ପୃଥ୍ୱୀରାଜ ସାହୁ, ଆଇ ନରେଶ, ଏନ ପ୍ରଦୀପ, ଜି ଦିବାକର, ତୁଷାର ଲାଵଲା, ବଳରାମ ବେହେରା, ରଶ୍ମିତା ଖାଡଙ୍ଗା, ସଞ୍ଜିତ ପଣ୍ଡା ଓ ଅକ୍ଷୟ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
Prev Post