ଭଞ୍ଜନଗର ଠାରେ ଭିଜିଲାନ୍ସ କ୍ୟାମ୍ପ କୋର୍ଟ, ୬ମାମଲାର ଫଇସଲା….

ଅନୁସନ୍ଧାନ ଭାରତ(ବ୍ୟୁର): ବିଭିନ୍ନ ପୁରୁଣା ମାମଲାର ତୁରନ୍ତ ଫଳସଲା ନିମନ୍ତେ ଭଞ୍ଜନଗର ସ୍ଥିତ ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟରେ ଭିଜିଲାନ୍ସ ବିଭାଗ ପକ୍ଷରୁ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୦ବର୍ଷ ଓ ତାହାଠାରୁ ଉର୍ଦ୍ଧ୍ବ ପୁରୁଣା ଭିଜିଲାନ୍ସ ମାମଲା ଗୁଡ଼ିକ ରହିଥିଲା । ମୋଟ ୮ଟି ମାମଲା ମଧ୍ୟରୁ ଶନିବାର ୬ଟି ମାମଲାର ଫଇସଲା କରାଯାଇଛି । ଏଥିରେ ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍ ଡ଼. ଅରୁଣ କୁମାର ସାହୁଙ୍କ ସମେତ ବ୍ରହ୍ମପୁର ଭିଜିଲାନ୍ସ କୋର୍ଟ ସ୍ୱତନ୍ତ୍ର ପିପି ସୁରେନ୍ଦ୍ର କୁମାର ପଣ୍ଡା ଉପସ୍ଥିତ ରହି ମାମଲା ଗୁଡ଼ିକ ପରିଚାଳନା କରିଥିଲେ । ସେହିପରି ଗଞ୍ଜାମ ଜିଲ୍ଲା ଜଜ୍ ଆନନ୍ଦ ଚନ୍ଦ୍ର ବେହେରା ମଧ୍ୟାହ୍ନରେ ଭଞ୍ଜନଗର ଏଡ଼ିଜେ କୋର୍ଟ ପରିଦର୍ଶନ କରିବା ସହ ଆଇନଜୀବିମାନଙ୍କ ସହ ସୌଜନ୍ୟମୂଳକ ଭାବେ ସାକ୍ଷାତ କରିଥିଲେ । ଏଥିରେ ଭଞ୍ଜନଗର ଓକିଲ ସଂଘର ସଭାପତି ସନ୍ତୋଷ କୁମାର ନାୟକ, ସହସମ୍ପାଦକ ଚନ୍ଦ୍ରମଣି ମହାପାତ୍ର, କୋଷାଧ୍ୟକ୍ଷ ଗିରିଜା ଶଙ୍କର ଭୂୟାଁ, ଆଇନଜୀବି ସନ୍ତୋଷ ତିଆଡ଼ି, ଏମ.ତାଜ ଆଦେନୀ, ରବୀନ୍ଦ୍ରନାଥ ଦାସ, ଖରା°ଶୁ ଶେଖର ଦାସ, ରାଜେନ୍ଦ୍ର ପ୍ରଧାନ, ମନୋଜ ପଟ୍ଟନାୟକ, ସମୀର ନାୟକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।