ଅଜଣା ଗାଡି ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ……..

ଅନୁସନ୍ଧାନ ଭାରତ(ବ୍ୟୁର) : ତାରସିଂ ଥାନା ଅନ୍ତର୍ଗତ ରୁଢ଼ାପଦର ମୁଖ୍ୟ ରାସ୍ତାରେ ରବିବାର ଭୋର ସକାଳ ସମୟରେ ଏକ ଅଜଣା ଗାଡି ଧକ୍କାରେ କମଳା ନାୟକ (୫୪) ନାମକ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ଥାନାଧିକାରୀ ପ୍ରଦୀପ୍ତ କୁମାର ଦାସଙ୍କ ସୂଚନା ପ୍ରକାରେ, କମଳା ଭୋର ସକାଳ ସମୟରେ ନିଜ ନାତିକୁ ଧରି ଶୌଚ ହେବାକୁ ରାସ୍ତା ଉପରେ ଆସିଥିବା ବେଳେ ଦଶପଲ୍ଲା ପଟୁ ଆସୁଥିବା ଏକ ଅଜଣା ଗାଡି ତାଙ୍କୁ ଚାପି ଦେଇ ଚାଲିଯାଇଥିଲା । ଖବର ପୋଲିସ ପହଁଚି ଶବ ଜବତ କରି ଭଞ୍ଜନଗର ମେଡ଼ିକାଲରେ ବ୍ୟବଚ୍ଛେଦ ପରେ ପରିବାର ବର୍ଗକୁ ହସ୍ତାନ୍ତର କରିଛି । ଏ ନେଇ କେସ ନଂ ୩୨୯/୨୨ରେ ଏକ ମାମଲା ରୁଜୁ କରାଯାଇ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜକୁ ତଦନ୍ତ ପରିସରକୁ ନିଆଯାଇ ଅନୁସନ୍ଧାନ ଜାରି ରହିଥିବା ଶ୍ରୀ ଦାସ କହିଛନ୍ତି ।