ଆଠ ଦିନ ପରେ କିଡିଗାଁ ବଂଶଧାରା ନଦୀରୁ ଉଦ୍ଧାର ହେଲା ନିଖୋଜ ଯୁବକର ମୃତଦେହ…..

ଅନୁସନ୍ଧାନ ଭାରତ(ବ୍ୟୁର): ଗତ ଆଠଦିନ ଧରି ନିଖୋଜ ଥିବା ସ୍ଥାନୀୟ ମତିଲାଲନଗରର ପିଚା ଡ୍ରାଇଭରଙ୍କ ପୁଅ ଭି. ଶିବ ପ୍ରଶାଦ ୩୦ ବୟସର ଆଜି ମୃତଦେହ ମିଳିଛି । ଗଜପତି ଜିଲ୍ଲା କାଶୀନଗର ନିକଟସ୍ଥ କିଡି ଗାଁ ଠାରେ ବଂଶଧାରା ନଦୀରେ ଭାଷୁଥିବା ବେଳେ ସେଠାକାର ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ସେଠାରେ ପହଂଚି ମୃତ ଦେହ ଉଦ୍ଧାର କରିଥିଲା । ଗତ ୪ ତାରିଖରୁ ଯୁବକ ଜଣକ ନିଖୋଜ ଥିବା ବେଳେ ଆଜିଯାଏଁ ତାଙ୍କର କିଛି ଖୋଜ୍ ଖବର ମିଳିନଥିଲା । ପରିବାରର ଲୋକେ ଓ ସାଙ୍ଗ ସାଥି ଗତ ଏକ ସପ୍ତାହେ ଧରି ନଦୀରେ ଖୋଜିବା ଅଭିଯାନ ଜାରି ରଖିଥିଲେ । ପ୍ରଥମ ଦିନରୁ ହିଁ ପରିବାର ଲୋକେ ତାଙ୍କପୁଅ ବଂଶଧାରା ନଦୀରେ ଭାସି ଯାଇଥିବା ସନ୍ଦେହ କରୁଥିଲେ । ଏନେଇ ସ୍ଥାନୀୟ ଆଦର୍ଶ ଥାନାରେ ସୂଚନା ଦେବାପରେ ମଧ୍ୟ ପୁଲିସ ନିକଟସ୍ଥ ଥାନା ସମେତ ପୋଡସି ଆନ୍ଧ୍ରର ଥାନା ଗୁଡିକୁ ସୂଚନା ଦେଇଥିଲା । ଏହାପରେ ଆଜି ହଠାତ୍ ଆନ୍ଧ୍ରର କାଟ୍ରାଗଡା ଠାରେ ନଦୀରେ ଏକ ଶବ ଭାଷୁଥିବା ଖବର ପାଇ ପରିବାର ଲୋକ ପୁଣି କାଶୀନଗର ପଟେ ଯାଇଥିଲେ । ସେଠାରେ ପହଂଚି ମୃତଦେହକୁ ଦେଖି ପରିବାର ଲୋକ ନିଜ ପୁଅ ବୋଲି ଚିହ୍ନଟ କରିଥିଲେ । ସ୍ଥାନୀୟ ପୁଲିସ ସହାୟତାରେ ଉଦ୍ଧାର କରାଯାଇ ଶବ ବ୍ୟବଛେଦ ପାଇଁ ପାରଳାଖେମୁଣ୍ଡି ପଠାଯାଇଥିବା ସୂଚନା ମିଳିଛି । ଏହି ଘଟଣା ପରେ ପିଚାଙ୍କ ପରିବାରରେ ଓ ମୃତ ଶିବାଙ୍କ ସାଙ୍ଗ ସାଥି ମଧ୍ୟରେ ଶୋକ ଖେଳିଯାଇଛି