ଗଜପତି ଜିଲ୍ଲା ଆନ୍ତଃବିଦୟାଳୟ ସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ୪ର୍ଥ ଦିବସରେ କାଶୀନଗର ବନାମ ଗୋଶାଣୀ ମଧ୍ୟରେ ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ଗଜପତି ଜିଲ୍ଲା ସ୍ତରୀୟ ୪ର୍ଥ ଦିବସରେ  ଆନ୍ତଃବିଦ୍ୟାଳୟ ୧୭ ବର୍ରୁ କମ୍ ବୟସର ବାଳକ ବାଳିକା  ଫୁଟବଲ୍ ଟୁର୍ଣ୍ଣାମେଣ୍ଟର  ପ୍ରଥମ ପର୍ଯ୍ୟାୟରେ କାଶୀନଗର ବନାମ ଗୋଶାଣୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l କାଶୀନଗର ବାଳକ ଟିମ ୪/୧ ଗୋଲ କରି ବିଜେତା ହୋଇଥିଲା । ଦ୍ବିତୀୟ ପର୍ଯ୍ୟାୟରେ  ପାରଳାଖେମୁଣ୍ଡି ପୌରପାଳିକା ଟିମ ଓ ରାୟଗଡା ଗଜପତି ଟିମ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ପାରଳାଖେମୁଣ୍ଡି ପୌରପାଳିକା ଟିମ ୩/ରେ ବିଜୟୀ ହୋଇଛନ୍ତି l  ଆଜିର ଦିବସରେ ଅଥିତି ଭାବେ ପି. ଏ. ଆ. ଟି ଡ଼ି ଏ  ଫାଲଗୁନି ମାଝୀ, ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ, ସେଞ୍ଚୁରିଆନ ପବ୍ଲିକ ସ୍କୁଲର ଅଧକ୍ଷା ସୁନିତା ପାଣିଗ୍ରାହୀ, ମହାରାଜ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରଶାନ୍ତ କୁମାର ପ୍ରଧାନ, ତବରଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟନାୟକ, ମହେନ୍ଦ୍ର ଗିରି ମୁନିସିପାଲ ଉଚ୍ଚ ବିଧ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ଡ଼. ପତିତ ପାବନ ବାରିକ  ଉପସ୍ଥିତ ଥିବାବେଳେ ଆଇ. ପି ସୁରେନ୍ଦ୍ର  ପାତ୍ର, ଅମୁଲ୍ୟ ପାଣିଗ୍ରାହୀ, ପ୍ରମୋଦ ଚନ୍ଦ୍ର ପାଢ଼ୀ, ଏ ସ. ତିରୁପତି , ଏସ. ଏଲ. ରାଓ ପ୍ରମୁଖ ପରିଚାଳନା କରିଥିଲେ l