ଦମ୍ ଦେଖାଇଲା ରାଜ୍ୟ କଂଗ୍ରେସ, ବିରାଟ ଶୋଭାଯାତ୍ରାରେ ଧାମନଗର ବିଧାନସଭାର କଂଗ୍ରେସ ବିଧାୟକ ପାର୍ଥି ରୂପେ ବାବା ହରେକୃଷ୍ଣ ସେଠିଙ୍କ ପାର୍ଥିପତ୍ର ଦାଖଲ…….
ଅନୁସନ୍ଧାନ ଭାରତ(ବ୍ୟୁର): ଧାମନଗର ବିଧାନସଭା ଉପନିର୍ବାଚନର କଂଗ୍ରେସ ପାର୍ଥି ଶ୍ରୀ ବାବା ହରେକୃଷ୍ଣ ସେଠି ଆଜି ପାର୍ଥିପତ୍ର ଦାଖଲ କରିଛନ୍ତି । ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟାଳୟ ଠାରୁ ପାର୍ଥି ଶ୍ରୀଯୁକ୍ତ ସେଠି ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ବିଧାୟକ ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂହ ସାଲୁଜା, ଅଧିରାଜ ପାଣିଗ୍ରାହୀ, ଦାଶରଥି ଗମାଙ୍ଗ, ପୂର୍ବତନ ସାଂସଦ ଅନନ୍ତ ସେଠି, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ଜଗନ୍ନାଥ ପଟ୍ଟନାୟକ, ପୂର୍ବତନ ବିଧାୟକ ଲକାଟେନ୍ଦୁ ମହାପାତ୍ର, ଚିନ୍ମୟ ପ୍ରସାଦ ବେଉରା, ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାଶଙ୍କ ସମେତ ଅନ୍ୟାନ୍ୟ ନେତୃମଣ୍ଡଳୀଙ୍କ ସହିତ ଏକ ବିଶାଳ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ସହର ପରିକ୍ରମା କରି ଧାମନଗର ନିର୍ବାଚନ ଅଧିକାରୀଙ୍କ ନିକଟରେ ପାର୍ଥିପତ୍ର ଦାଖଲ କରିଛନ୍ତି ।
ଆଜିର ପାର୍ଥିପତ୍ର ଦାଖଲ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମଧୁମିତା ସେଠି, ଅଭିଷେକ ରାଉତ, ନଳିନୀ ମହାନ୍ତି, ନରେନ ପଳେଇ, ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ମହିଳା କଂଗ୍ରେସ ସଭାପତି ବନ୍ଦିତା ପରିଡା, ଛାତ୍ର କଂଗ୍ରେସ ସଭାପତି ୟାଶୀର ନୱାଜ, କଟକ ନଗର ଜିଲ୍ଲା ସଭାପତି ସୁରେଶ ମହାପାତ୍ର, ଭୁବନେଶ୍ୱର ଜିଲ୍ଲା ସଭାପତି ବିଶ୍ୱଜିତ ଦାଶ, ବାଲେଶ୍ୱର ଜିଲ୍ଲା ସଭାପତି ସଂଜୀବ ଗିରି, ଯାଜପୁର ଜିଲ୍ଲା ସଭାପତି ମନୋଜ ରାଉତ, ପିସିସି ଅନୁସୂଚିତ ଜାତି ଅଧ୍ୟକ୍ଷ ବାଙ୍କନିଧି ବେହେରା ,ସଂଖ୍ୟାଲଘୁ ବିଭାଗ ଅଧ୍ୟକ୍ଷ ଜ଼ୀଆ ଉଲ ହକ, ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର, ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ଜାନକୀ ବଲ୍ଲଭ ପଟ୍ଟନାୟକ, ମନୋଜ ସାହୁ, ଦେବାଶିଷ ଭୂୟାଁ, ମିହିର ଆଚାର୍ଯ୍ୟ, ନଳିନୀ ନାୟକ(ସାନ) ସୁବାଷ ଚନ୍ଦ୍ର ପ୍ରଧାନ, ସାରଦା ନାୟକ, ପଦ୍ମାକର ଗୁରୁ, ଜିନେଶ୍ୱ ଦାଶ, ପ୍ରକାଶ ମିଶ୍ର, ଲିଙ୍ଗରାଜ ସାହୁ, ଜ୍ଞାନ ପଟ୍ଟନାୟକ, ଲୋକନାଥ ମହାରଥୀ, ତରୁଣ ମିଶ୍ର, ଲଲାଟେନ୍ଦୁ ଦାଶ, ନିରଞ୍ଜନ ନାୟକ ସମେତ ରାଜ୍ୟ ଏବଂ ଜିଲ୍ଳାର ଯୁବ, ଛାତ୍ର ,ମହିଳା ସେବାଦଳ ଏବଂ ସମସ୍ତ ବିଭାଗ ଓ ପ୍ରକୋଷ୍ଠର ହଜାର ହଜାର ହଜାର କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ଯୋଗଦେଇଥିଲେ ।