ଅନୁସନ୍ଧାନ ଭାରତ(ବ୍ୟୁର): ଧରାକୋଟ ଗ୍ରାମର ରାଜା କୃଷ୍ଣ ସିଂହ ହୁଅନ୍ତୁ କିମ୍ବା ରାଜା ମଦନ ମୋହନ ହୁଅନ୍ତୁ କିମ୍ବା ରାଜା ଅନନ୍ତ ନାରାୟଣ ହୁଅନ୍ତୁ କିମ୍ବା ରାଜା କିଶୋର ଚନ୍ଦ୍ର ପ୍ରତେକଙ୍କ ରାଜତ୍ୱ ସମୟରେ ଧରାକୋଟ ଗଡ଼ ଦେଖିଛି ଉନ୍ନତିର ଭିନ୍ନ ସୋପାନ l ଧରାକୋଟ ରାଜପରିବାରର ପ୍ରତ୍ୟେକ ସଦସ୍ୟ ସବୁ ସମୟରେ ଲୋକମାନଙ୍କର ସୁଖ ଦୁଃଖରେ ଠିଆ ହୋଇ ଆସିଛନ୍ତି l ଅନ୍ୟମାନଙ୍କ ଆଗରେ ଏହା ରାଜନୈତିକ କ୍ରୀଡାଙ୍ଗନ ହୋଇପାରେ l



କିନ୍ତୁ ଆମପାଇଁ ଏହା ପରମ୍ପରା ପାଲଟିଛି l ଏହାକୁ ଆଉ ଗୋଟିଏ ପାଦ ଆଗକୁ ନେବାକୁ ଯାଇ ଆରମ୍ଭ ହୋଇଛି ଜନ ପଦ ଯାତ୍ରା l ପ୍ରତ୍ୟେକ ଗାଁ, ପ୍ରତ୍ୟେକ ଘର ସହିତ ଆମେ ଯୋଡି ହେବାକୁ ଚାହୁଁଛୁ l ଆପଣମାନଙ୍କ ସହ ଯୋଗ ବିନା ସମ୍ପର୍କର ଏହି ସୁଦୃଢ ସେତୁବନ୍ଧ ତିଆରି କରିବା ସମ୍ଭବ ନୁହେଁ l ତେଣୁ ଧରାକୋଟ ଗଡ଼ର ରାଜା ଭାବେ ମୁଁ ସମସ୍ତଙ୍କୁ ନିବେଦନ କରୁଛି ରାଜ ପରିବାର ହାତ ମୁଠାକୁ ଟାଣ କରନ୍ତୁ l ଆମ ପଛରେ ନୁହେଁ ଆମ ସାଥିରେ ଚାଲନ୍ତୁ l ଜନ ସାଧାରଣଙ୍କୁ ଏହି ଆହ୍ୱାନ ଦେଇଛନ୍ତି ଧରାକୋଟ ରାଜା ସାହେବା ସୁଶ୍ରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ l ବର୍ତ୍ତମାନ ଗାଁକୁ ଗାଁ ବୁଲି ନିଜ ସପକ୍ଷରେ ଜନମତ ଆଣିବାକୁ ଆପ୍ରଣ ଉଦ୍ୟମ କରୁଛନ୍ତି ଧରାକୋଟ ରାଜା ସାହେବା ସୁଶ୍ରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ l