ଗଞ୍ଜାମ ଜିଲ୍ଲା ବିଜୁ ମହିଳା ଜନତା ଦଳ ସାଧାରଣ ସମ୍ପାଦିକା ଭାବେ ସ୍ଵର୍ଣଲତା ସାବତ ମନୋନିତ……

ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲା ବିଜୁ ମହିଳା ଜନତା ଦଳ କମିଟିରେ ସାଧାରଣ ସମ୍ପାଦିକା ଭାବେ ବ୍ରହ୍ମପୁର ମହାନଗର ଲାଞ୍ଜିପଲ୍ଲୀ ଗ୍ରାମର ସ୍ଵର୍ଣଲତା ସାବତଙ୍କୁ ମନୋନୀତ କରାଯାଇଛି l ପୂର୍ବରୁ ସେ କାର୍ପୋରେଟର ମଧ୍ୟ ଅଛନ୍ତି l ନୁଆଁ ପଦ ପାଇଥିବାରୁ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ସାଧାରଣ ସମ୍ପାଦିକା ସ୍ଵର୍ଣଲତା ସାବତ l ଏହା ସହ ରାଜ୍ୟ ମହିଳା ସଭାନେତ୍ରୀ ମାନ୍ୟବର ଶ୍ରୀମତୀ ସେଂହାଙ୍ଗିନୀ ଛୁରିଆ, ବ୍ରହ୍ମପୁର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ବ୍ରହ୍ମପୁର ବିଧାୟକ ଶ୍ରୀଯୁକ୍ତ ବିକ୍ରମ କୁମାର ପଣ୍ଡାଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି l ମହିଳା ସଂଗଠନକୁ ଆଗକୁ ନେବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଓ ଲୋକାଭିମୁଖୀ କାର୍ଯ୍ୟକୁ ଘରେ ଘରେ ପହଞ୍ଚେଇବାକୁ ସଦାସର୍ବଦା ମୋର ଚେଷ୍ଟା ରହିବ ବୋଲି ଜଣାଇଛନ୍ତି ନବ ମନୋନିତ ମହିଳା ସାଧାରଣ ସମ୍ପାଦିକା ସ୍ଵର୍ଣଲତା ସାବତ ପ୍ରତିକ୍ରିୟା ଦେଇଛନ୍ତି l