ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ନିକଟସ୍ଥ ନୂଆଗାଁ ବ୍ରିଜ ନିକଟରେ କାର ଧକ୍କାରେ ବାଇକ ଚାଳକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ପୋଚାଲୁଣ୍ଡି ଗ୍ରାମର ଶିବରାମ ନାୟକ (୨୩) ।
ସୂଚନା ପ୍ରକାରେ, ବୁଧବାର ସକାଳ ସମୟରେ ଶିବରାମ ଓ ତାର ସାଙ୍ଗ ନୂଆଗାଁ ଅଭିମୁଖେ ଆସୁଥିବା ବେଳେ ସାମ୍ନା ପଟୁ ଏକ କାର ଦ୍ରୁତ ଗତିରେ ଆସି ବାଇକକୁ ଧକ୍କା ଦେବା ଫଳରେ ଶିବରାମ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଉଦ୍ଧାର କରାଯାଇ ଭଞ୍ଜନଗର ମେଡ଼ିକାଲ ରେ ଭର୍ତ୍ତି କରାଯାଇଛି । ଅପରପକ୍ଷରେ କାର ଚାଳକ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡିଛି ।