ଅନୁସନ୍ଧାନ ଭାରତ(ବ୍ୟୁର): ଲାଞ୍ଜିଗଡ଼ ଥାନା ଛତ୍ରପୁର ଗ୍ରାମପଞ୍ଚାୟତ ନଙ୍ଗଳବେଡ଼ା ଗାଁରେ ଜଣେ ବୃଦ୍ଧଙ୍କୁ ନିର୍ମମ ଭାବେ ହତ୍ୟା କରିବା ଅଭିଯୋଗରେ ତାଙ୍କ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୁଲିସ l ଘଟଣା ଅନୁସାରେ, ନଙ୍ଗଳବେଡ଼ା ଗାଁର ଦଦଲା ମାଝୀ(୭୦) ନାମକ ଜଣେ ବୃଦ୍ଧ ଗାଁର ଶେଷ ମୁଣ୍ଡରେ ଏକ ବଖୁରିଆ ଘରେ ଏକୁଟିଆ ରହୁଥିଲେ l ତାଙ୍କର ପତ୍ନୀଙ୍କ ବିୟୋଗ ଘଟିସାରିଥିବା ବେଳେ ସେ ଘରେ ଏକୁଟିଆ ରହୁଥିଲେ l ବର୍ଷକ ତଳେ ନିକଟସ୍ଥ ମସ୍କାପଦର ଗାଁର କ୍ରୁଷ୍ଣ ଲୋହରା ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଓ ପୁଅଝିଅଙ୍କୁ ନେଇ ଦଦଲାଙ୍କ ଘରେ ଆଶ୍ରୟ ନେଇଥିଲେ l ଗୋଟିଏ ବଖରାରେ ଗୋଟିଏ ପରିବାର ହୋଇ ରହୁଥିଲେ l ତେବେ ଗତକାଲି ଅପରାହ୍ନରେ କୌଣସି କାରଣକୁ ନେଇ କ୍ରୁଷ୍ଣ ଓ ଦଦଲାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା l
ଏଥିରେ ଉତକ୍ଷିପ୍ତ ହୋଇ କ୍ରୁଷ୍ଣ, ଦଦଲାଙ୍କୁ ଉପରେ ଆକ୍ରମଣ କରିବା ସହିତ ଖଟରେ କଚାଡ଼ି ଦେଇଥିଲା l ଏହାପରେ ବୃଦ୍ଧ ଖଟରେ ପଡ଼ିଯିବା ପରେ ଗଭୀର ଆଘାତ ଲାଗିଥିଲା l ଆକ୍ରମଣକାରୀ କୃଷ୍ଣ ଏହାକୁ ନଜରଅନ୍ଦାଜ କରି ମୃତଦେହ ନିକଟରେ ଶୋଇଥିଲେ l ତେବେ ରାତିରେ ବୃଦ୍ଧଙ୍କ ଜଣେ ନାତୁଣୀ ତାଙ୍କ ପାଇଁ ଖାଇବା ନେଇ ଆସିଥିଲେ ଓ ଜେଜେବାପା ମରି ପଡ଼ିଥିବା ଦେଖିବାକୁ ପାଇଥିଲା l ଏହାପରେ ସେ କାନ୍ଦବୋବାଳି କରି ଲୋକଙ୍କୁ ଡାକ ପକାଇବା ପରେ ଲୋକେ ପହଞ୍ଚି ଦଦଲାଙ୍କ ମୃତ ଦେହ ଦେଖିବାକୁ ପାଇଥିଲେ l ଏନେଇ ତାଙ୍କ ପୁଅ ପାତ୍ର ମାଝୀ ଲାଞ୍ଜିଗଡ଼ ଥାନାରେ ଅଭିଯୋଗ କରିବା ପରେ ଆଜି ସକାଳୁ ଲାଞ୍ଜିଗଡ ଥାନାଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ନେତୃତ୍ବରେ ପୁଲିସ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଶବ ଜବତ କରିଥିଲେ l ଏଇ ସମୟରେ କେସିଙ୍ଗା ଏସଡିପିଓ ଅଭିନବ ସୋନକର ଘଟଣାସ୍ଥଳ ପରିଦର୍ଶନ କରିଥିବାବେଳେ କଳାହାଣ୍ଡି ପୁଲିସର ସାଇଣ୍ଟିଫିକ ଅଫିସର ଲକ୍ଷ୍ମୀଧର ନାଏକଙ୍କ ନେତ୍ରୁତ୍ବରେ ସାଇଣ୍ଟଫିକ୍ ଟିମ୍ ଘଟଣାସ୍ଥଳରୁ ବିଭିନ୍ନ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଲ୍ୟାବକୁ ପଠାଇଥିବା ଜଣାପଡ଼ିଛି l ଏପରିକି କଳାହାଣ୍ଡି ପୁଲିସର କେ-୯ ଡଗସ୍କ୍ବାର୍ଡ ପିଙ୍ଗୋ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଥିବା ଜଣାପଡିଛି l ଏନେଇ କୃଷ୍ଣ ଲୋହରାକୁ ଅଟକ ରଖି ଲାଞ୍ଜିଗଡ଼ ଥାନା ପୁଲିସ ୭୮/୨୦୨୨ନଂରେ ଏକ ମାମଲା ରୁଜୁ କରିବା ସହ କୋର୍ଟଚାଲାଣ କରା ଯାଇଥିବା ଥାନାଧିକାରୀ ଶ୍ରୀ ପାତ୍ର ସୁଚନା ଦେଇ ଛନ୍ତି l
Next Post