ରାଙ୍ଗାପାରୁ ଆବାସିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଓ ମୃତ୍ୟୁ ଘଟଣା, ଜିଲ୍ଲା ପ୍ରଶାସନ ପକ୍ଷରୁ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ……
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଳକ ଅନ୍ତର୍ଗତ ବେଲଘର ରାଙ୍ଗାପାରୁ ଆବାସିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣା ପରେ ଗତ ସେପ୍ଟେମ୍ବର ୩୦ ତାରିଖରେ ପ୍ରଶାସନ ତରଫରୁ ଘୁ.ଉଦୟଗିରି ଶ୍ରୀରାମପଦା ସ୍ଥିତ ସୁଭଦ୍ରା ମହତାବ ସେବା ସଦନ ଠାରେ ନାବାଳିକାକୁ ରଖାଯାଇଥିଲା l ନାବାଳିକାର ପ୍ରସବ ଯନ୍ତ୍ରଣା ଆସିବା ପରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଘୁ.ଉଦୟଗିରିକୁ ଅଣାଯାଇଥିଲା l ସେଠାରେ ନାବାଳିକା ଜଣକ ଏକ ମୃତ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲା l ଏନେଇ ଥାନାରେ ୦୭/୨୦୨୨ରେ ଏକ ମାମଲା ରୁଜୁ ହୋଇ ମୃତ ଶିଶୁ ପୁତ୍ରର ଶବ ବ୍ୟବଚ୍ଛେଦ ହେବାର କିଛି ଘଣ୍ଟା ପରେ ନାବାଳିକାଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା l କେଉଁ କାରଣରୁ ନାବାଳିକାର ମୃତ୍ୟୁ ଘଟିଲା ? ସେଥିପାଇଁ କିଏ ଦାୟୀ ? ତାହା ତଦନ୍ତ ସାପେକ୍ଷ ବୋଲି ସମଗ୍ର ଜିଲ୍ଲାରେ ମତପ୍ରକାଶ ପାଇଛି l ମୃତ୍ୟୁ ସପ୍ତମ ଶ୍ରେଣୀ ଗର୍ଭବତୀ ଛାତ୍ରୀଙ୍କୁ କାହିଁକି କଟକ କିମ୍ବା ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାନଯାଇ ଗୁପ୍ତ ଭାବରେ ଘୁ.ଉଦୟଗିରୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରସବ କରାଗଲା ତାହା ଉପରେ ପ୍ରଶ୍ନବାଚୀ ଉଠିଛି l ପ୍ରଶାସନ ଜାଣତରେ ଏଭଳି ଦୁର୍ଭାଗ୍ୟଜନକ ଘଟଣା ଘଟିବା ଓ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରାଯାଇଥିଲା କି ? ଜିଲ୍ଲାରେ ଶିଶୁ ସୁରକ୍ଷା ବା ଚାଇଲ୍ଡ ଲାଇନ ପକ୍ଷରୁ ବାଳିକା ଛାତ୍ରୀର ଉତ୍ତମ ଚିକିସ୍ଭାଚାର ଅଭାବରୁ ଏଭଳି ଅଘଟଣା ଘଟିଥିବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି l ପୂର୍ବତନ ବିଧାୟକ ଶ୍ରୀଯୁକ୍ତ କରେନ୍ଦ୍ର ମାଝୀ ଏହି ଘଟଣାର ସଠିକ୍ ତଦନ୍ତ କରାଯାଇ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି l ପ୍ରଶାସନ ପକ୍ଷରୁ ଶଵ ଶତ୍କାର କରିବା ପାଇଁ ୫୦,୦୦୦ ଟଙ୍କା ମୃତ ନାବାଳିକା ପରିବାରକୁ ପ୍ରଦାନ କରା ଯାଇଛି l ତୁମୁଡିବନ୍ଧ ବ୍ଲକ ଅଧିକାରୀ ବି.ଡ଼ି.ଓ, ତହସିଲଦାର ଏବଂ ବାଲିଗୁଡା ଆରକ୍ଷୀ ଅଧିକାରୀ ଶ୍ରୀ ରାଘେବେନ୍ଦ୍ର ରେଡି, ଗାଁର ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ସରପଞ୍ଚ ବି .ଜେ.ବିର ପୁରୁଖାନେତା ଶ୍ରୀ ନେତ୍ର ମାନସେଟଙ୍କ ଉପସ୍ଥିତିରେ ପରିବାରକୁ ସହାୟତା ରାଶି ପ୍ରଦାନ କରି ଥିବା ସୁଚନା ମିଳିଛି l