ଗୁଣୁପୁର ଦର୍ଶନ ଖବର କାଗଜର ପ୍ରତିନିଧି ସୁମନ ସାହୁକାରଙ୍କ ଦେହାନ୍ତ, ସହରରେ ଶୋକାକୁଳ ପରିବେଶ……

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ପବିତ୍ର କୁମାର ପୁର୍ଣିମା ତିଥିରେ ରାୟଗଡା ଜିଲ୍ଲା ଗୁଣୁପୁରର ଦର୍ଶନ ଖବର କାଗଜର ସାମ୍ବାଦିକ ସୁମନ ସାହୁକାରଙ୍କ ଗୁଣୁପୁର ସଦର ହସ୍ପିଟାଲରେ ମୁର୍ତ୍ୟୁ ଘଟିଛି l ପାହାନ୍ତିଆରେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ସେ ନିଜେ ବାଇକରେ ସଦର ହସ୍ପିଟାଲରେ ପହଁଚି ଡାକ୍ତରଙ୍କୁ ଦେଖାଇବା ପରେ ଇଞ୍ଜେକ୍ସନ ନେବା ସମୟରେ ତାଙ୍କର ମୁର୍ତ୍ୟୁ ହୋଇଥିଲେ l ଡାକ୍ତର ସେଠି ତାଙ୍କର ମୁର୍ତ୍ୟୁ ହୋଇଥିବା ଊଣାଇଥିଲେ l ଖବର ପାଇବା ପରେ ଗୁଣୁପୁରର ବହୁ ସାମ୍ବାଦିକ ସଦର ହସ୍ପିଟାଲରେ ପହଁଚି ତାଙ୍କ ମର ଶରୀରକୁ ନିଜ ପୈତୃକ ଗ୍ରାମ ଜଗନ୍ନାଥପୁରକୁ ନେଇ ଥିଲେ l ସେଠାରେ ସ୍ୱର୍ଗତ ସାହୁକାରଙ୍କ ଶେଷ ସଂସ୍କାର କରାଯାଇ ଥିଲା l ମୁର୍ତ୍ୟୁ ସମୟରେ ତାଙ୍କୁ ମା ବାପା ଏବଂ ଏକମାତ୍ର ଭଉଣୀ ଏବଂ ଦୁଇ ଭାଣିଞ୍ଜି ଭଣଞ୍ଜା ଉପସ୍ଥିତ ଥିଲେ। ଗୁଣପୁର ପ୍ରେସ ୟୁନିଅନର ସଭାପତି ପ୍ରମୋଦ କୁମାର ସାହୁ, ଆବାହକ ଅନିଲ ସାହୁକାରଙ୍କ ସହ ବହୁ ସାମ୍ବାଦିକ ସ୍ୱର୍ଗତ ସୁମନ ସାହୁକାରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଥିଲେ l ଅନ୍ୟପଟେ ରାଜ୍ୟ ମିଡ଼ିଆ କେୟାର ଏବଂ ଜିଲ୍ଲା ମିଡ଼ିଆ କେୟାର ସ୍ୱର୍ଗତ ସାହୁକାରଙ୍କୁ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ପ୍ରେସ ୟୁନିଅନ ତରଫରୁ ପ୍ରମୋଦ କୁମାର ସାହୁ ଏବଂ ଅନିଲ ସାହୁକାର ଅନୁରୋଧ କରିଛନ୍ତି । ସ୍ୱର୍ଗତ ସାହୁକାର ଜଣେ ମିଷ୍ଟଭାସି ମେଳାପୀ ବ୍ୟକ୍ତି ଥିଲେ ।