ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ସହରର ୱାର୍ଡ଼ ନମ୍ବର ୧ ପଦାସାହି, ୱାର୍ଡ଼ ନମ୍ବର ୧୦ ବରାଳିନୀ ମାର୍କେଟ, ୱାର୍ଡ଼ ନମ୍ବର -୭ ଲକ୍ଷ୍ମୀ ବଜାର ଠାରେ ପବିତ୍ର ମା ଗଜଲକ୍ଷ୍ମୀ ପୂଜା ନିରାଡମ୍ବର ଭାବେ ପାଳିତ ହେଉଅଛି l ତୁହାକୁ ତୁହା ଲଗାଣ ବର୍ଷା ସତ୍ୱେ ମଧ୍ୟ ପୁରୋହିତଙ୍କ ଦ୍ୱାରା ହୋମ, ଯଜ୍ଞ, ପୂଜା ପାଠ ନୀତିକାନ୍ତି କାର୍ଯ୍ୟକ୍ରମ ଚାଲୁରହିଛି l କୋଭିଡ କଟକଣା ନିମନ୍ତେ ଗତ ଦୁଇ ବର୍ଷ ବ୍ୟବଧାନରେ ଚଳିତ ବର୍ଷ ପବିତ୍ର ମା ଗଜଲକ୍ଷ୍ମୀଙ୍କ ପୂଜା ଆୟୋଜିତ ହେଉଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳର ବାସିନ୍ଦାଙ୍କ ମଧ୍ୟରେ ଖୁସି କହିଲେ ନ ସରେ l ସ୍ଥାନୀୟ ପଦାସାହି ବାସିନ୍ଦା ଶଙ୍ଖସାହି ଭରାନଈରୁ ଜଳ ଉଠେଇ, ମୁଣ୍ଡରେ ପୂର୍ଣ୍ଣ କଳସୀ ଧରି କଳସ ଯାତ୍ରା ମାଧ୍ୟମରେ ମାଙ୍କୁ ସୁମରଣୀ ହୋମ ଯଜ୍ଞର ଶୁଭାରମ୍ଭ କରିଥିଲେ l 

ପଦାସାହି ମା ଗଜଲକ୍ଷ୍ମୀ ପୂଜା କମିଟି ସଭାପତି ଭାଗବତ ଅର୍ଜାଲୀ, ସମ୍ପାଦକ ପଞ୍ଚାନନ ପ୍ରଧାନ, ହେମନ୍ତ ପ୍ରଧାନ,ଏନଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ, ପ୍ରଶାନ୍ତ ବଗର୍ତ୍ତୀ, ସୁଦାମ ପାତ୍ର, ଶଙ୍କର ବାଘ, ମହେଶ୍ୱର ସାହୁ, ବାଲସୁବ୍ରମନ୍ୟମ ପ୍ରଧାନ, ସଞ୍ଜୀବ ପ୍ରଧାନ ଏବଂ ପଦାସାହି ବାସୀ ଏକ କଳସ ଯାତ୍ରା ମାଧ୍ୟମରେ ମା ଗଜଲକ୍ଷ୍ମୀଙ୍କ ପ୍ରତିମା ପୂଜା ଆରମ୍ଭ କରିଥିଲେ l ବରାଳିନୀ ମାର୍କେଟ ଗଜଲକ୍ଷ୍ମୀ ପୂଜା କମିଟି ସଭାପତି କ୍ରିଷ୍ଣାନନ୍ଦ ତ୍ରିପାଠୀ, ସମ୍ପାଦକ ଆକାଶ ନାୟକଙ୍କ ତତ୍ୱାବଧାନରେ ମା ଗଜଲକ୍ଷ୍ମୀ ପୂଜା ମହା ଆଡମ୍ବରରେ ପାଳିତ ହୋଉଛି l ସେହିଭଳି ଲକ୍ଷ୍ମୀବଜାର ପୂଜା କମିଟି ସଭାପତି ପ୍ରତାପ କୁମାର ପଣ୍ଡା, ସମ୍ପାଦକ ଦେବୀପ୍ରସାଦ ଦାସଙ୍କ ଦ୍ୱାରା ଗଜଲକ୍ଷ୍ମୀ ପୂଜାର ସମସ୍ତ ନୀତି କାନ୍ତି ସମାପନ ହୋଇଥିଲା l ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କୌଣସି ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ହେଉନଥିବା ସୂଚନା ରହିଛି ଲl