ଘୁ.ଉଦୟଗିରି ଗ୍ରୀଡକୋ କର୍ମଚାରିଙ୍କ ମନମୁଖୀ କାର୍ଯ୍ୟ, ଟ୍ରାନ୍ସଫରମର ପୋଡ଼ି ଯିବାରୁ ୩ ଦିନ ଅନ୍ଧାରରେ ବଲଦଙ୍ଗଗୁଡ଼ା ବାସୀ….

ଅନୁସନ୍ଧାନ ଭାରତ(ବ୍ୟୁର): କଥାରେ ଅଛି ଦୀପ ତଳେ ଅନ୍ଧାର l ଘୁ.ଉଦୟଗିରି ବାସୀଙ୍କ ଅଶା ଥିଲା ଗ୍ରୀଡ କୋ ସବଷ୍ଟେସନ ହେଲେ ହେଲେ ଅଂଚଳର ବିଦ୍ୟୁତ କାଟ ସମସ୍ୟା ଦୁର ହେବ l କିନ୍ତୁ ଘୁ.ଉଦୟଗିରି ଠାରେ କୋଟି କୋଟି ଟଙ୍କା ସରକାରୀ ଅନୁଦାନ ବ୍ୟୟରେ ଗ୍ରୀଡ କୋ ହେବା ପରେ ମଧ୍ୟ କାର୍ଯ୍ୟରତ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଗ୍ରାମାଞ୍ଚଳର ସମସ୍ୟା ପୁର୍ବ ପରି ରହିଥିବା ଦେଖା ଦେଇଛି l ଯାହା ପାଇଁ ଅଞ୍ଚଳରେ ଦିନକୁ ଦିନ ବିଦ୍ୟୁତ ଉପଭକ୍ତାଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉ ଥିବାର ଦେଖା ଦେଇଛି l ପ୍ରଶାସନ ଏହି ସମସ୍ୟାର ସମାଧାନ କ୍ଷେତ୍ରରେ ଠୋସ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବୀ ହୋଇଛି l ବର୍ତ୍ତମାନ ମଧ୍ୟ ବିଭିନ୍ନ ପଞ୍ଚାୟତରୁ ବିଦ୍ୟୁତ ସେବାରେ ବିଭ୍ରାଟ ହେଉଥିବା ନେଇ ବାରମ୍ବାର ଅଭିଯୋଗ ଆସୁଛି l ସେହିଭଳି ୩ ଦିନ ହେଲା ମାଲିକାପଡ଼ି ପଞ୍ଚାୟତର ବଲଦଙ୍ଗଗୁଡ଼ା ଠାରେ ବିଦ୍ୟୁତ ଟ୍ରାନ୍ସଫରମର ପୋଡ଼ିଯାଇଥିବା ଯୋଗୁଁ ବିଦ୍ୟୁତ ସେବା ୩ ଦିନ ଧରି ବନ୍ଦ ରହିଛି l ଏନେଇ ବିଦ୍ୟୁତ ବିଭାଗ ଅଧିକାରୀଙ୍କୁ ୩ ଦିନପୂର୍ବରୁ ଏକ ଲିଖିତ ଅଭିଯୋଗ ଗ୍ରାମ ବାସୀଙ୍କ ଦ୍ୱାରା ଦିଆଯାଇଥିଲା l କିନ୍ତୁ କୌଣସି ସୁଫଳ ନ ମିଳିବାରୁ ଆଜି ଗ୍ରାମର ସନୀତି ପ୍ରଧାନ, ସୁରମା ପ୍ରଧାନ, ସଂଯୁକ୍ତା ପ୍ରଧାନ, ରାମ ପ୍ରଧାନ, ଫୁଲମତି ପ୍ରଧାନ, ରୁପାଙ୍ଗି ପ୍ରଧାନ, ନଳିନୀ ପ୍ରଧାନ ଏବଂ ବଲଦଙ୍ଗଗୁଡ଼ା ବାସୀ ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କୁ ତୁରନ୍ତ ପୋଡ଼ି ଯାଇଥିବା ବିଦ୍ୟୁତ ଟ୍ରାନ୍ସଫରମରର ମତାମତି କିମ୍ବା ଏହାର ଅନ୍ୟ କୌଣସି ବିକଳ୍ପ କରି ବିଛିନ୍ନ ହୋଇଥିବା ବିଦ୍ୟୁତ ସରବରାହ ତୁରନ୍ତ ଯୋଗେଇ ଦେବା ପାଇଁ ତାଗିଦ କରିଥିଲେ l ଏନେଇ ବିଭାଗୀୟ ଅଧିକାରୀ ଆସନ୍ତା ସୋମବାର ସୁଦ୍ଧା ଉକ୍ତ ସ୍ଥାନରେ ନୂତନ ଟ୍ରାନ୍ସଫରମର ଲଗା ଯିବ ବୋଲି ପ୍ରତିଶୃତି ଦେଵା ପରେ ଅଭିଯୋଗକାରୀ ଘର ବାହୁଡା଼ ହୋଇଥିଲେ l ଯଦି ବିଭାଗୀୟ ଅଧିକାରୀ ପ୍ରତିଶୃତି ଦେଇଥିବା ଧାର୍ଯ୍ୟ ସମୟ ଅନୁସାରେ ଯଦି ନିଜ କଥା ନ ରଖନ୍ତି ତେବେ ବଲଦଙ୍ଗଗୁଡ଼ା ବାସୀ ବିଦ୍ୟୁତ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି l