ଦଶହରା ଖର୍ଚ୍ଚ ନଦେବାରୁ ଜଳଯୋଗାଣ ବନ୍ଦ କଲେ ପମ୍ପ ଡ୍ରାଇଭର, ହାଣ୍ଡି ମାଠିଆ ଧରି ମହିଳାଙ୍କ ପ୍ରତିବାଦ……

ଅନୁସନ୍ଧାନ ଭାରତ(ବ୍ୟୁର): ତାରାସିଙ୍ଗ ଥାନା ପାଟରାପଲ୍ଲୀ ଓ ଅରଖପଲ୍ଲୀ ଗ୍ରାମରେ ଶନିବାର ସକାଳୁ ପାନୀୟ ଜଳ ସମସ୍ୟାଙ୍କୁ ନେଇ ମହିଳାମାନେ ହାଣ୍ଡି ମାଠିଆ ଧରି ପ୍ରଡିବାଦ କରିଛନ୍ତି । ଘଟଣା ଅନୁସାରେ ଏହି ଅଞ୍ଚଳ ପାଇଁ ନିଯୁକ୍ତ ହୋଇଥିବା ଫମ୍ପ ଅପରେଟର ଜଣଙ୍କ ଦଶହରା ଖର୍ଚ୍ଚ ପାଇଁ ପ୍ରତି ପରିବାରକୁ ୫୦ ଟଙ୍କା ଲେଖାଏଁ ଚାନ୍ଦା ମାଗିଥିଲେ । କିଛି ଲୋକ ଚାନ୍ଦା ଦେଇଥିବା ବେଳେ ଅନ୍ୟମାନେ ଏହାକୁ ପ୍ରତିବାଦ କରି ଚାନ୍ଦା ଦେବାକୁ ମନା କରିଦେଇଥିଲେ । ଏଥିରେ କ୍ଷୁବ୍ଧ ହୋଇ ଗତ ରାତିରେ ପାଣି ବନ୍ଦ କରିବାକୁ ଧମକ ଦେଇଥିଲେ ଅପରେଟର । ଶନିବାର ସକାଳୁ ସତକୁ ଶତ ପାଣି ଛଡା ଯାଇ ନଥିଲା l ଯାହା ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ପମ୍ପ ଡ୍ରାଇଭରର ଏଭଳି କାର୍ଯ୍ୟରେ ଉତ୍ୟକ୍ତ ହୋଇ ଗାଁର ମହିଳା ଓ ପୁରୁଷ ଏକାଠି ହୋଇଥିଲା । ମହିଳାମାନେ ଗାଁ ଦାଣ୍ଡରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ହାଣ୍ଡି ମାଠିଆ ରଖି ପ୍ରତିବାଦ କରିଥିଲେ । କିଛି ସମୟ ପରେ ପମ୍ପ ଡ୍ରାଇଭର ନିଜ ଭୁଲ ସ୍ୱୀକାର କରିବା ସହ ଲୋକଙ୍କ ଠାରୁ ନେଇଥିବା ଚାନ୍ଦା ଟଙ୍କା ଫେରାଇବା ପରେ ଗାଁ ରେ ପରିସ୍ଥିତି ସ୍ୱାଭାବିକ ହୋଇଛି । ତେବେ ଘଟଣାର ତଦନ୍ତ ସହିତ ପମ୍ପଡ୍ରାଇଭରଙ୍କୁ ବହିଷ୍କାର କରି ନୂତନ ଡ୍ରାଇଭର ନିଯୁକ୍ତି ଓ କମିଟି ଗଠନ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି ।