ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ସକାଳ ସମୟରେ ଗୋଲନ୍ଥରା ଥାନା ଅଧିକାରୀ ମିଳିଛି ବଡ ସଫଳତା l ଗୋଳନ୍ଥରା ପୁଲିସ ସକାଳ ସମୟରେ ଗାଡି ଚେକିଂ କରୁଥିବା ସମୟରେ ଏକ କାରର ଗୁପ୍ତ ପଛ ପଟ ସିଟରୁ ସୁନା ୪.୬୬୪ କେଜି ଓ ୧୮୫.୫କେଜି ରୁପା ଜବତ କରିଛି l ମାର୍କେଟର ଦର ଅନୁସାରେ ଜବତ ସୁନା ଓ ରୁପା ର ମୂଲ୍ୟ ୩.୧୦ କୋଟି ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି l ପୁଲିସ ସୂତ୍ରରୁ ପ୍ରକାଶ ପାଇଛି ଯେ କାରଟି କର୍ଣ୍ଣାଟକରୁ ଆସିଛି l
ସୁନା ରୁପା ତାମିଲନାଡୁ ଓ ବ୍ରହ୍ମପୁରରେ ଡେଲିଭେରୀ ହୋଇଥାନ୍ତା l ପୁଲିସ କାର ଚାଳକକୁ ଗିରଫ କରିଛି l ଏହାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି ପୁଲିସ l