ଅନୁସନ୍ଧାନ ଭାରତ(ବ୍ୟୁର): କୋଟଗଡ଼ ବସଷ୍ଟାଣ୍ଡ ପରିସରରେ ଅକ୍ଟୋବର ୨ ତାରିଖକୁ ବାଲିଗୁଡା ବନଖଣ୍ଡ ସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ରୂପେ ପାଳନ କରିଛନ୍ତି କୋଟଗଡ଼ ବନଖଣ୍ଡ ଅଧିକାରୀ ଶ୍ରୀ ସୂର୍ଯ୍ୟକାନ୍ତ ବେହେରା l ଏଥିରେ ମୁଖ୍ୟ ଅତିଥି ରୂପେ ବାଲିଗୁଡ଼ା ବନଖଣ୍ଡ ଏସିଏଫ ଶ୍ରୀ ସୌମ୍ୟରଂଜନ ସାହୁ, ବାଲିଗୁଡ଼ା ସରକାରୀ ଓକିଲ କୌଶିକ ସାହୁ ଏବଂ ତୁମୁଡିବନ୍ଧ ବନଖଣ୍ଡ ଅଧିକାରୀ ଲଳିତ ମୋହନ ନାୟକ, ଫୋରେଷ୍ଟର ଶ୍ରୀ ମନ୍ମଥ ପରିଛା ଏବଂ ସାତଟି ବନାଞ୍ଚଳ ଅଧିକାରୀ ଯଥା- ବେଲଘର, ତୁମୁଡିବନ୍ଧ, ବାଲିଗୁଡ଼ା, ନୂଆଗାଁ, ଦାରିଙ୍ଗବାଡି, ବ୍ରହ୍ମହଣିଗାଁ ଓ କୋଟଗଡ଼ର ସମସ୍ତ ରେଞ୍ଜରଙ୍କୁ ନେଇ ପାଲିତ ହୋଇଅଛି ବନ୍ୟପ୍ରାଣୀ ସପ୍ତାହ ବା ମହାତ୍ମା ଗାନ୍ଧୀଙ୍କ ଜନ୍ମଦିବସ l
ବଣ୍ୟପ୍ରାଣ ସପ୍ତାହ ଦିବସରେ ପ୍ରତ୍ୟେକ ଗ୍ରାମ ଓ ପଞ୍ଚାୟତରୁ ଆସିଥିବା ଭିଏସଏସ ମେମ୍ବର ସହ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ନିଜ ଅଞ୍ଚଳର ବନ୍ୟଜନ୍ତୁ ତଥା ବୃକ୍ଷଲତାକୁ କିପରି ସୁରକ୍ଷା କରିବେ ଓ ସରକାରଙ୍କ ସାହାଯ୍ୟ କିପରି ପାଇବେ ସେ ନେଇ କିଛି ମତ ରଖିଥିଲେ ଅଞ୍ଚଳ ବାସି l ମୁଖ୍ୟ ଅତିଥି ଶ୍ରୀ କୌଷିକ ସାହୁ ପରିବେଶ ସୁରକ୍ଷା କିପରି କରିବା ଏହାର ଉପକାରିତା ଏବଂ ଅମ୍ଳଜାନ କିପରି ପାଇପାରିବା ଏପରି କିଛି ଟିପ୍ପଣୀ ଦେଇଥିଲେ l ଏସିଏଫ ଶ୍ରୀ ସୌମ୍ୟରଂଜନ ସାହୁ ଏକ କାହାଣୀ ମାଧ୍ୟମରେ ଲୋକଙ୍କୁ ସଚେତନତା କରିବାକୁ ଚେଷ୍ଟା କରିଥିଲେ ଓ ଗଛ କାଟିବା ବନ୍ୟଜନ୍ତୁଙ୍କୁ ହତ୍ୟା କରିବା ଦ୍ଵାରା ମଣିଷକୁ କଣ ଅଭାବ ହୁଏ ସେସବୁକୁ ଏକ ନାଟକ ପରିବେଷଣ କରି କୋଟଗଡ ଫରେଷ୍ଟର ଶ୍ରୀ ପ୍ରଭାତ କୁମାର ଦୋରା ସଚେତନତା ବାର୍ତା ଲୋକଙ୍କ ପାଖକୁ ପହଞ୍ଚାଇବାକୁ ପ୍ରଚେଷ୍ଟା କରିଥିବା ଦେଖିବାକୁ ମିଳିଥିଲା l