ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ମା’ ପାଟ୍ଟଖଣ୍ଡା ଟ୍ରାକ୍ଟର ମାଲିକ ସଂଘ ପକ୍ଷରୁ ତହସିଲ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଟ୍ରାକ୍ଟର ମାଲିକ ହେଉ କି ଡ୍ରାଇଭର ସମସ୍ତଙ୍କୁ ଅତିରିକ୍ତ ତହସିଲଦାର ଦେବେନ୍ଦ୍ର ତ୍ରିପାଠୀ ଦୁର୍ବ୍ୟହାରର କରୁଥିବାସହ ମନଇଚ୍ଛା ଫାଇନ୍ କାଟୁଥିବା ଅଭିଯୋଗ କରିଛି ଟ୍ରାକ୍ଟର ମାଲିକ ସଂଘ । ବାଲି ଘାଟ ଟେଣ୍ଡର ହୋଇଥିବା ବେଳେ ଘାଟରୁ ବାଲି ଉଠେଇବା ସମୟରେ ବାଲି ଘାଟକୁ ଯାଇ ଅତିରିକ୍ତ ତହସିଲଦାର ମନ ଇଚ୍ଛା ଫାଇନ୍ କାଟିବା ସହ ମାଲିକ ଓ କର୍ମଚାରୀମାନଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି କିଛି ଟ୍ରାକ୍ଟର ମାଲିକ । ଅତିରିକ୍ତ ତହସିଲଦାର ଟ୍ରାକ୍ଟର ମାଲିକ ସଂଘକୁ କ୍ଷମା ନମାଗିଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଚେତାବନୀ ଦେଇଛି ଟ୍ରାକ୍ଟର ମାଲିକ ସଂଘ । କିଛି ସମୟପରେ ବାଲିଗୁଡା ବିଡ଼ିଓ ଶଶଙ୍କ ଶେଖର ପାତ୍ର ଓ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜି ରାଘବେନ୍ଦ୍ର ରେଡି ଉତ୍ୟକ୍ତ ଲୋକଙ୍କୁ ବୁଝେଇ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିବାକୁ କହିଥିଲେ l ସେପଟେ ବାଲି ଟ୍ରିପର ମୂଲ୍ୟ ଆକାଶ ଛୁଆଁ ହେଉଥିବା ରୁ ଅଞ୍ଚଳ ବାସୀ ବର୍ତ୍ତମାନ ମୁଣ୍ଡରେ ହାତ ଦେଇ ହତାଶ l ଏହାର ସ୍ଥାୟୀ ସମାଧାନ ପାଇଁ ବିଳମ୍ବିତ ରାତି ପର୍ଯନ୍ତ ବାଲିଗୁଡ଼ା ତହସିଲ କାର୍ଯ୍ୟାଳୟରେ ଧାରଣା ଦେଇ ଥିଲେ ମଧ୍ୟ କୌଣସି ସମାଧାନ ହେଇ ପାରି ନାହିଁ l ଟ୍ରାକ୍ଟ ଟର ସଙ୍ଘର ସଭାପତିଙ୍କ ବୟାନ ଅନୁଯାୟୀ ଆସନ୍ତା କାଲି ପର୍ଯ୍ୟନ୍ତ ଏହାର ସମାଧାନ ପାଇଁ ଆନ୍ଦଳନ ଜାରି ରହିବ ବୋଲି କହି ଛନ୍ତି l