ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ କୋଟଗଡ ବ୍ଲକ ଅନ୍ତର୍ଗତ ମାଦାଗୁଡା ଅଞ୍ଚଳରେ ବାରମ୍ବାର ଲାଗୁଛି ମାଓବାଦୀଙ୍କ ହାତଲେଖା ବ୍ୟାନର ଏବଂ ପୋଷ୍ଟର l ଏହି ପୋଷ୍ଟର ଜରିଆରେ କେତବେଳେ ଦୁର୍ନୀତି ବିରୁଦ୍ଧରେ ଚେତାବନୀ ତ ଆଉ କେତେବେଳେ ବିଭିନ୍ନ ପ୍ରକାର ଆହ୍ୱାନ ଦିଆଯାଉଥିବା ଦେଖିବାକୁ ମିଳୁଛି l ଗତକାଲି ବିଳମ୍ବିତ ରାତିରେ ମାଦାଗୁଡା ଛକରେ ଲାଗିଥିବା ଦୁଇଟି ଲାଲ କପଡା ବ୍ୟାନରରେ ସେପ୍ଟେମ୍ବର ୧୩ତାରିଖକୁ ସ୍ୱାଧୀନତା ସଂଗ୍ରାମୀ ଯତୀନ ଦା ସହିଦ ଦିବସକୁ ରାଜନୈତିକ ବନ୍ଦିମୁକ୍ତ ଦିବସ ରୂପେ ପାଳନ କରିବାକୁ ଆହ୍ୱାନ ଓ ଲେଖା ଅଛି l ମାଓବାଦୀ ନାମରେ ଗିରଫ ସମସ୍ତ ବନ୍ଦୀଙ୍କୁ ରାଜନୈତିକ ବନ୍ଦୀର ମାନ୍ୟତା ଦିଆଯିବା ସହ ନିର୍ଦୋଶରେ ଖଲାସ ଓ ମିଛ କେଶ ପ୍ରତ୍ୟାହାର କରିବା, ନିୟମଗିରି, ରଦଧି କାଡ୍ରକା, ଚନ୍ଦ୍ରପୁରର ସାସେମର ଲଳିତ ଓ ତାର ସାନଭାଇ, ବିଡ଼ିପଦରର ପ୍ରତାପ, ମଞ୍ଜୁଲତାଙ୍କୁ ନିର୍ଦଶରେ ଖଲାସ କରିବା, ଭିମା କୋରେଗା କେଶରେ ବନ୍ଦୀଥିବା ସମସ୍ତ ବୁଦ୍ଧିଜୀବୀ ଓ ଗିରଫ ଜନ ଆନ୍ଦୋଳନ କର୍ମୀ ନେତାଙ୍କୁ ନିସର୍ତ୍ତ ଖଲାସ ନେଇ ଉଲ୍ଲେଖ ରହିଛି l ସମ୍ପୃକ୍ତ ଅଞ୍ଚଳରେ ଭୟର ବାତାବରଣ ଲାଗିରହିଛି ହେଲେ ଅଦ୍ୟାବଧି ତୁମୁଡିବନ୍ଧ ପୁଲିସ ବ୍ୟାନକୁ ହଟାଇ ନ ଥିବାରୁ ଏନଏଚ ମୁଖ୍ୟ ରାସ୍ତା ଦେଇ ଯିବାଆସିବା ପଥଚାରିଙ୍କ ମଧ୍ୟରେ ଘଟଣା ପ୍ରଚାର ପ୍ରସାର ହେବାରେ ଲାଗିଛି l