ଗୁଣପୁର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ମେଧାବୀ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧିତ……..

ଅନୁସନ୍ଧାନ ଭାରତ(ବ୍ୟୁର): ଚଳିତ ଶିକ୍ଷା ବର୍ଷରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଉଚ୍ଚ ନମ୍ବର ରଖି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ୭୫ ଜଣ ଵିଦ୍ୟାର୍ଥୀନୀ ବିଦ୍ୟାର୍ଥୀମାନଙ୍କୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଗୁଣପୁର ଦ୍ୱାରା ପୁରସ୍କୃତ କରାଯାଇଛି l ମହର୍ଷି ଗୁରୁକୂଳ ପ୍ରଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଉପଜିଲ୍ଲାପାଳ ରାଜେନ୍ଦ୍ର ପ୍ରସାଦ ଚୌଧୁରୀ, ସମ୍ମାନିତ ଅତିଥି ଭାବେ କପିଳେଶ୍ୱର ତାଣ୍ଡି ଓ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ସଙ୍ଘମିତ୍ର। ମିଶ୍ର ଉପସ୍ଥିତ ରହି ବିଦ୍ୟାର୍ଥୀମାନଙ୍କୁ ଉଦ୍ୟମ, କର୍ମତତ୍ପର ରହିବା ସହ ସଂଯମୀ ଓ ରାଷ୍ଟ୍ରପ୍ରତି ଉତ୍ସର୍ଗୀକୃତ ରହିବା ଦରକାର ବୋଲି ମାର୍ଗଦର୍ଶନ ଦେଇଥିଲେ l କାର୍ଯ୍ୟକ୍ରମକୁ ବିଦ୍ୟାର୍ଥୀ ପରିଷଦର ବରିଷ୍ଠ କାର୍ଯ୍ୟକାର୍ତ୍ତା ଡ଼ ପ୍ରଶାନ୍ତ ହୋତା ସ୍ୱାଗତ କରିଥିଲେ , ସଭାପତି ପ୍ରଫୁଲ୍ଲ ଲିମା ସଂଯୋଜନା କରିଥିଲେ, ସଂପାଦକ ଦେବାଶିଶ ସେନାପତି ବିବରଣୀ ପାଠ କରିଥିଲେ l ସଭାରେ ପୂଣ୍ୟ ଶ୍ଳୋକ ସାହୁ ଧନ୍ୟବାଦ ଆର୍ପଣ କରିଥିବାବେଳେ ଇନ୍ଦ୍ର।କ୍ଷୀ ଦାଶ୍ ପୁରସ୍କାର ଓ ସମ୍ବର୍ଦ୍ଧନାକୁ ସଂଯୋଜନା କରିଥିଲେ l ଶତ ପ୍ରତିଶତ ଉଚ୍ଚ ନମ୍ବରର ପରୀକ୍ଷା ଫଳ ନିମନ୍ତେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସଭାପତି ଗଜପତି ରାଓ, ପ୍ରଧାନ ଆଚାର୍ଯ୍ୟ ପ୍ରଫୁଲ୍ଲ ଶତପଥୀ ସମ୍ବର୍ଦ୍ଧିତ ହୋଇଥିଲେ l ସେଭଳି ଜିଲ୍ଲାସ୍ତର ବିଜ୍ଞାନରେ ଉଚ୍ଚ ନମ୍ବର ରଖିଥିବା ଜି ସାଇ ଶ୍ରୀ ସୁବୁଦ୍ଧି, ବଂଶଧାରା ମହାବିଦ୍ୟାଳୟର ଓ ମ୍ୟାଟ୍ରିକରେ ଉଚ୍ଚ ନମ୍ବର ରଖିଥିବା ଡି ଆୟୁସମାନ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଙ୍କୁ ସ୍ୱତନ୍ତ୍ର ସମ୍ବର୍ଦ୍ଧିତ କରାଯାଇଥିଲା l ସେଭଳି ପ୍ରଯୋଜକ ଓ ଶତ ପ୍ରତିଶତ ପରୀକ୍ଷା ଫଳ ରଖୀଥିବା ମହର୍ଷି ଗୁରୁକୁଳର ରାଜେଶ କୁମାର ପଣ୍ଡା ଓ ପ୍ରିୟବ୍ରତ ବିଶୋଇଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l କାର୍ଯ୍ୟକ୍ରମ ପ୍ରାରମ୍ଭିକ ସଙ୍ଗୀତ ଓ ବନ୍ଦେ ମାତାରମ ଶିଶୁ ବିଦ୍ୟ ମନ୍ଦିର ଛାତ୍ରୀମାନଙ୍କ ଦ୍ୱାରା କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରମୁଖ ଶେଷ ସାଇ ସେନାପତି, ବିଭାଗ ପ୍ରମୁଖ ଉମ ଦାଶ୍ , ବି କିରଣ କୁମାର, ସାଇ ପାଣିଗ୍ରାହୀ, ବି ସତୀଶ କୁମାର , ମାନସ ବୈଦ୍ୟ ଭୂଷଣ ପ୍ରମୂଖ ପରିଚାଳନା କରିଥିଲେ l